ବୈଠକ ବର୍ଜନ କଲେ ବିଜେଡ଼ି କାଉନସିଲର
ାା ପ୍ରଭାନୁ୍ୟଜ୍ ।ା ନବରଙ୍ଗପୁର: ମଙ୍ଗଳବାର ନବରଙ୍ଗପୁର ପୌର ପାରିଷଦ ବୈଠକକୁ ବିଜେଡି ପୌର ଉପାଧ୍ୟକ୍ଷାଙ୍କ ସମେତ ୧୦ଜଣ କାଉନସିଲର ପୌର କାଉନସିଲ ବୈଠକ ବର୍ଜନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ବୈଠକରେ ପରିଷଦ ବୈଠକ ବିଭିନ୍ନ ୱାର୍ଡ ଗୁଡିକ ସମସ୍ୟା ନେଇ ପ୍ରସ୍ତାବ ଦେଇଥିବା କାର୍ଯ୍ୟ ଗୁଡିକ କାର୍ଯ୍ୟକାରୀ ନ ହେବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନିର୍ବାଚିତ ହୋଇ ୨ବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ସୁଦ୍ଧା ଲୋକଙ୍କ ମୌଳିକ ସମସ୍ୟା ସହ ସହରରେ ସେହିଭଳି ଆଖି ଦୃଶିଆ ଉନ୍ନୟନ ମୂଳକ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେଡ଼ି କାଉନସିଲର । ସେହିଭଳି ୯ନମ୍ବର ୱାର୍ଡ ସଭ୍ୟ ଅଲେଖ ସଉରା ପୌର ପରିଷଦର ସମସ୍ତ କାର୍ଯ୍ୟ କଳାପ ଉପରେ ବିରକ୍ତି ପ୍ରକାଶ କରିବା ସହ ନିର୍ବାଚିତ ହୋଇ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ଆଖି ଦୃଶିଆ କାର୍ଯ୍ୟ କିଛି ହୋଇ ନଥିବା କହିଥିଲେ । ସେହିଭଳି ୬ନମ୍ବର ୱାର୍ଡ ସଭ୍ୟ ପି.କେଶବ ରାଜୁ କହିବା ଅନୁଯାୟୀ ଆଜିକୁ ଦୀର୍ଘ ୮ ମାସ ହେଲାଣି ପୌର ପରିଷଦରେ କୌଣସି ବୈଠକ ଡକାଯାଉ ନାହିଁ, ପୌରାଧ୍ୟକ୍ଷ କୌଣସି କଥା ଶୁଣୁନାହାନ୍ତି ନିଜ ଇଚ୍ଛା ମୁତାବକ ସବୁ କାର୍ଯ୍ୟ କରୁଥିବା କହିଛନ୍ତି । ସେହିପରି ୧୩ ନମ୍ବର ୱାର୍ଡ କାଉନସିଲର ରଞ୍ଜିତା ପଣ୍ଡା ଗତ ୨୦୨୨ ମସିହାର ପୌର ପରିଷଦର ପ୍ରଥମ ବୈଠକରେ ଦିଆଯାଇଥିବା ପ୍ରସ୍ତାବ ଗୁଡିକ ଆଜି ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ଯୋ ଦ୍ୱାରା ବୈଠକ ବର୍ଜନ କରାଯାଇଥିବା କହିଛନ୍ତି ଶ୍ରୀମତୀ ପଣ୍ଡା । ଯାହାଦ୍ୱାରା ନିଜ ନିଜ ମଧ୍ୟରେ କାଉନସିଲର ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନବରଙ୍ଗପୁର ପୌରପାଳିକା ଅଧୀନରେ କେତୋଟି ଦୋକାନ ଗୃହ ଅଛି, ସେଗୁଡିକ ର ନମ୍ବରିଙ୍ଗ ନେଇ ବୈଠକରେ ଆଲୋଚନା ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଷ୍ଟାଲ ଗୁଡିକର ନମ୍ବରିଙ୍ଗ ହୋଇପାରିଲା ନାହିଁ । ସେହିପରି ସହର ଜନସାଧାରଣଙ୍କ ନିମନ୍ତେ ସହର ମଧ୍ୟରେ ଶୌଚାଳୟ ନିର୍ମାଣ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଶୌଚାଳୟ ନିର୍ମାଣ ହୋଇପାରିଲା ନାହିଁ ଯଦ୍ୱାରା ସହରକୁ ଗ୍ରାମାଞ୍ଚଳ ଲୋକମାନଙ୍କ ସହ ସହର ଲୋକେ ନାହିଁ ନ ଥିବାର ଅସୁବିଧା ସମ୍ମୁଖୀନ ହୋଉଛନ୍ତି । ଏ ନେଇ ପୌର ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସହରର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଜଣାଇଥିଲୁ । କିନ୍ତୁ କୌଣସି ସମାଧାନ ହୋଇପାରି ନାହିଁ ବୋଲି କହିଛନ୍ତି । ଦଶହରା ପୂଜାରେ ବ୍ୟସ୍ତ ଥିବା ବେଳେ ନୂତନ କରି ଯୋଗ ଦେଇଥିବା କାର୍ଯ୍ୟ ନିର୍ବାହୀଙ୍କ ନିକଟରେ ପୂର୍ବ ବୈଠକର କିଛି ସୂଚନା ନ ବେଳେ ତରବାରୀଆ ଭାବେ ବୈଠକ ଡକାଯାଇଥିବା କାଉନସିଲର ମାନେ ଅସନ୍ତୋଷ ପ୍ରକାଶ କରିବା ସହ ବୈଠକ ବର୍ଜନ କରିଛନ୍ତି ପୌର ପରିଷଦର ଉପାଧ୍ୟକ୍ଷ ସୋମ୍ୟ ମହାପାତ୍ର, ୧୪ ନମ୍ବର ୱାର୍ଡ କାଉନସିଲର ନଗେନ୍ଦ୍ର ପଟ୍ଟନାୟକ, ୬ ନମ୍ବର ୱାର୍ଡ କାଉନସିଲର ପି. କେଶବ ରାଜୁ, ୯ନମ୍ବର ୱାର୍ଡ କାଉନସିଲର ଅଲେଖ ସଉରା, ୨ନମ୍ବର ୱାର୍ଡ କାଉନସିଲର ରାମ ହରିଜନ, ୭ନମ୍ବର ୱାର୍ଡ କାଉନସିଲର ପି.ଉଷା ରାଣୀ, ୧୩ ନମ୍ବର ୱାର୍ଡ କାଉନସିଲର ରଂଜିତା ପଣ୍ଡା, ୧୨ ନମ୍ବର ୱାର୍ଡ କାଉନସିଲର ଏମ ରାଜେଶ୍ୱରୀ, ୮ ନମ୍ବର ୱାର୍ଡ କାଉନସିଲର ସନ୍ତୋଷୀ ଯାନୀ, ୧ନମ୍ବର ୱାର୍ଡ କାଉନସିଲର ଗୀତାଞ୍ଜଳି ଯାଦବ ପ୍ରମୁଖ ପୌର ପରିଷଦ ବୈଠକକୁ ବର୍ଜନ କରିଥିବା ସୂଚନା ମିଳିଛି ।