ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ପୁଲିସ ମୁତୟନ  

ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ପୁଲିସ ମୁତୟନ  

ଭୁବନେଶ୍ୱର : ଆଉ କିଛି ଦିନ ପରେ ସରାଦେଶ ପଳିବ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ । ଏବେ ଠାରୁ ଚଳଚଞ୍ଚଳ ହେଉଛି ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହର । ଖ୍ରୀଷ୍ଟମାସ ଏବଂ ନୂଆବର୍ଷକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ଦୁଇଟି ଦିନ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ଏବଂ କଟକରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଉଭୟ ସହରରେ ଅଧିକ ୧୫ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯିବ ବୋଲି କମିଶନର ଏସପି ଦେବଦତ୍ତ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୁଲିସମାନେ ସାଦା ପୋଷାକରେ ମୁତୟନ ରହି ସମସ୍ତଙ୍କ ଉପରେ ନଜର ରଖିବେ ବୋଲି କମିଶନର କହିଛନ୍ତି । ନୂଆବର୍ଷ ଆସୁଥିବାରୁ ଜିରୋନାଇଟ୍‌ ଉତ୍ସବ ପାଳନ ପାଇଁ ସହରର ବିଭିନ୍ନ କ୍ଲବ, ବାର୍‌ ଏବଂ ହୋଟେଲରେ ବ୍ୟାପକ ଆୟୋଜନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସହରର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି ପୁଲିସ ।