ପ୍ରଥମ ସ୍ୱାମୀ ସରୋଜଙ୍କ ଘରେ ରେଡ୍; ଜେଡ୍ ୧ରେ ହଂସିତାଙ୍କ ରହିଛି ୩ଟି ଫ୍ଲାଟ୍

ହାଇପ୍ରୋଫାଇଲ ଠକେଇ ମାମଲା
ଭୁବନେଶ୍ୱର, ୯ା୧ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ଜ୍ୱାଇଁ ବୋଲି ପରିଚୟ ଦେଇ ଠକେଇ କରିଥିବା ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ୱାମୀ ସରୋଜ ସାହୁଙ୍କ ଘରେ ଚଢାଉ  । କମିଶନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ ଓ ଆୟକର ବିଭାଗ ମିଳିତ ଭାବେ ଏହି ରେଡ୍ କରିଛନ୍ତି । ଆଜି ପଟିଆ ରଘୁନାଥପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ମଧ୍ୟ ରେଡ୍ ହୋଇଛି  । ଉଭୟ ହଂସିତା ଓ ଅନୀଲ ମହାନ୍ତିଙ୍କୁ ଏହି ଫ୍ଲାଟକୁ ଅଣାଯାଇଛି । ଉଭୟଙ୍କୁ ଆଜି ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଥିବା ବେଳେ, ଅଧିକରୁ ଅଧିକ ତଥ୍ୟ ବାହାର କରିବାକୁ ଚେଷ୍ଟା କରୁଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ  । ତେବେ ରିମାଣ୍ଡ ବେଳେ କାନ୍ଦି ପକାଇଥିଲେ ହଂସିତା  । ତାଙ୍କୁ ଫସେଇ ଦିଆଯାଇଥିବା କହିଥିଲେ । ଫଳରେ ଏନେଇ ଉଭୟଙ୍କର ଠକେଇ ସିଣ୍ଡିକେଟ ନେଇ ଅଧିକ ଖୋଳତାଡ ଆରମ୍ଭ କରୁଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ ଓ ଆୟକର ବିଭାଗ  । ଜେଡ୍ ୧ରେ ମଧ୍ୟ ରହିଛି ହଂସିକାଙ୍କ ୩ଟି ଫ୍ଲାଟ୍ । 
 ସୂଚନାଯୋଗ୍ୟ ଯେ, ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(ଇଡ଼ି) ଓ କମିସନରେଟ୍ ପୁଲିସ ।ା କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ । ସେହି ସମୟରେ ସାମ୍ୱାଦିକଙ୍କୁ ଦେଖି କାନ୍ଦି ପକାଇଥିଲେ ହଂସିକା ଅଭିଲିପ୍ସା । ଛଳ ଛଳ ଆଖିରେ କହିଥିଲେ, ଆମକୁ ଫସାଇ ଦିଆଯାଇଛି । ମୁଁ ଜଣେ ନାରୀ ହୋଇଥିବା ସର୍ତ୍ତେ ମୋ’ ଚରିତ୍ରକୁ ସଂହାର କରାଯାଉଛି ବୋଲି ସେ କହିଥିଲେ । ଠିକ୍ ସେମିତି ଅନୀଲ ମଧ୍ୟ ହଂସିକାଙ୍କ ପରି କହିଥିଲେ, ଆମକୁ ଫସାଇ ଦିଆଯାଇଛି । ସେପଟେ ରିମାଣ୍ଡରେ ଆଣିବା ପରେ ଉଭୟଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା ଆୟକର ବିଭାଗ ଓ କମିସନରେଟ୍ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ୍ । ଜେରା ବେଳେ ଅନେକ ଅକୁହା କଥା କହିଥିବା ଜଣାପଡିଛି । ଜେଡ୍ ୧ ଆପାର୍ଟମେଣ୍ଟରେ ହଂସିକା ଙ୍କର ୩ଟି ଫ୍ଲାଟ୍ ରହିଥିବା ଜାଣିବାକୁ ପାଇଥିଲା ଟିମ୍ । ଏହା ପରେ ଉଭୟଙ୍କୁ ଧରି ଜେଡ୍ ୧ ଆପାର୍ଟମେଣ୍ଟକୁ ଯାଇଥିଲା ଆୟକର ବିଭାଗ ଓ କମିସନରେଟ୍ ପୁଲିସ । ପ୍ରଥମେ ୭୦୩ ନମ୍ୱର ଫ୍ଲାଟକୁ ଯାଇଥିଲେ । ହେଲେ ସେହି ଘରକୁ ଯିବା ପାଇଁ ଅନୁମତି ମିଳିନଥିଲା । ପରେ ବହୁ ବୁଝାସୁଝା ପରେ ଘରର କବାଟ ଖୋଲିଥିଲା । ତା’ପରେ ସେହି ଫ୍ଲାଟ୍ରେ ଦୀର୍ଘ ସମୟ ଧରି ଖୋଳତାଡ କରିଥିଲେ । ସେହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡିଛି ।
ହଂସିକା ଅଭିଲିପ୍ସା ଓ ତାଙ୍କର ସ୍ୱାମୀ ଅନୀଲ ମହାନ୍ତିଙ୍କୁ କମିସନ୍ରେଟ୍ ପୁଲିସ ଗିରଫ କରିଥିଲା । ତେବେ ବୁଧବାର ହଂସିକାଙ୍କ ଆଉ ଜଣେ ପ୍ରଥମ ସ୍ୱାମୀ ସରୋଜ ସାହୁଙ୍କୁ ମଧ୍ୟ ଆୟକର ବିଭାଗ ଖଣ୍ଡଗିରିରୁ ଗିରଫ କରିଥିଲା । ଏହାସହ ତାଙ୍କର ଆଉ ଜଣେ ବନ୍ଧୁ ମନୋଜ ଆଚାର୍ଯ୍ୟଙ୍କୁ ମଧ୍ୟ ବୁଧବାର ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା ଟିମ୍ । କେବଳ ମନୋଜ ନୁହେଁ, ତାଙ୍କ ବାପା ଓ ଭାଇଙ୍କୁ ମଧ୍ୟ ଆୟକର ବିଭାଗ ଜେରା କରିଥିଲା । ମିଳିଥିବା ତଥ୍ୟ ଅନୁସାରେ ହଂସିକା ୭୦ରୁ ୮୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଉଛି । ସେପଟେ କମିସନରେଟ୍ ପୁଲିସ କହିଛି, ଦରକାର ପଡିଲେ ଆଉ ଥରେ ହଂସିକା ଓ ଅନୀଲଙ୍କୁ ଆଉ ଥରେ ରିମାଣ୍ଡରେ ଅଣାଯିବ ।