ମନରେଗା ହେରାଫେରି: ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ
ଯାଜପୁର : ସୁକିନ୍ଦା ବ୍ଲକ ଖରଡ଼ି ପଞ୍ଚାୟତରେ ମନରେଗା ଯୋଜନାରେ ଚାଲିଥିବା ହେରାଫେରିକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଜିଲ୍ଲାପାଳଙ୍କୁ ହୋଇଥିବା ଅଭିଯୋଗ ମତେ ଖରଡ଼ି ଠାରୁ ନାଉପାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ମନରେଗା ଯୋଜନାରେ ୧୦ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ କାମ ଆରମ୍ଭ କରାଯାଇଛି । ପଞ୍ଚାୟତର ପିଇଓଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ହେଁ ପ୍ରକୃତ ପକ୍ଷେ ଖରଡ଼ି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁରେଶ ସାହୁ ଏକାମ କରୁଛନ୍ତି । ମନରେଗା ଯୋଜନାରେ ସ୍ଥାନୀୟ କର୍ମଜୀବୀ, ଶ୍ରମିକ, ଦିନ ମଜୁରିଆଙ୍କୁ କାମ ଦେବାର ଉଦେ୍ଦଶ୍ୟ ଥିଲେ ହେଁ ସରପଞ୍ଚଙ୍କ ସ୍ୱାମୀ ରାଜନୈତିକ ପ୍ରଭାବ ଦ୍ୱାରା ମଣିଷ ବଦଳରେ ମେସିନ ବ୍ୟବହାର କରି ଏହି ରାସ୍ତା ନିର୍ମାଣ କରୁଛନ୍ତି । ଖରଡ଼ି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଓ ଏପିଓଙ୍କ ସହାୟତାରେ ଜାଲ୍ କାଗଜ ପତ୍ର ପ୍ରସ୍ତୁତ କରି ନିଜ ସମର୍ଥକ ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଜୁରୀ ପଠେଇ ସେ ପଇସାକୁ ହଡ଼ପ କରୁଛନ୍ତି । ଜିଲାପାଳ ଅଭିଯୋଗକୁ ଗ୍ରହଣ କରି ବିଡିଓଙ୍କୁ ତଦନ୍ତକରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି ।