ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠରେ ପଞ୍ଚୁକ ପର୍ବ
କୁଆଖିଆ: ରସୁଲପୁର ବ୍ଲକ ଅନ୍ତର୍ଗତଡିହ କୁରାଂଶ ସ୍ଥିତ ପ୍ରସିଦ୍ଧ ଶୈବପୀଠ ପ୍ରଭୂ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ପୀଠରେ ପଞ୍ଚୁକ ପର୍ବ ପାଳିତ ହୋଇଯାଇଛି । ପୀଠରେ ବ୍ରାହ୍ମ ମୁହୂର୍ତ୍ତରୁ ପ୍ରଭୂଙ୍କ ଶୋଢଷ ଉପଚାର ପୂଜା, ଆରତୀ, ସଂକୀର୍ତ୍ତନ, ଅବକାଶ ନୀତି ପରେ ଜଳ ନିଷ୍କାସନ ସେବା କରାଯାଇଥିଲା । ପରେ ବିଧି ନିଷ୍ପତ୍ତି ଅନୁଯାୟୀ ପ୍ରଭୁଙ୍କ ଗଜରାଜ ବେଶ, ଗୋପାଳ ଗୋପାଳୁଣୀ ବେଶ, କେଳା କେଲୁଣୀ ବେଶ ଓ ସୁନା ବେଶ କରାଯାଇଥିଲା । ପ୍ରତୁ୍ୟଷରୁ ପୀଠ ଦର୍ଶନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତ ମାନେ ଧାଡି ଦର୍ଶନରେ ଯାଇ ଶୃଙ୍ଖଳାର ସହ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ ପୀଠ ଦର୍ଶନରେ ଆସି ପ୍ରଭୁ ଶ୍ରୀଚନ୍ଦନେଶ୍ୱରଙ୍କ ଆଶୀର୍ବାଦ କାମନା କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ପୀଠରେ ସମସ୍ତଙ୍କ ମିଳିତ ସହଯୋଗରେ ଶୃଙ୍ଖଳାର ସହିତ ପବିତ୍ର ପର୍ବ ସମାପନ ହୋଇଥିବାରୁ ରାହାମ୍ବା ପଞ୍ଚାୟତର ସରପଞ୍ଚଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ, ପୂଜକ ମଣ୍ଡଳୀ, ଆଞ୍ଚଳିକ ସେବା ସଂଗଠନ ଏବଂ ସର୍ବୋପରି ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ କମିଟିର ସଭାପତି କୈଳାସ ଚନ୍ଦ୍ର ରାଉତ କୃତଜ୍ଞତା, ସାଧୁବାଦ ଜଣାଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
