ପଥଚାରୀଙ୍କ ଚିନ୍ତା ବଢ଼ାଉଛି ଅଧପନ୍ତରିଆ ରାସ୍ତା 

 
ାା ପ୍ରଭାନୁ୍ୟଜ୍ ।ା ଯାଜପୁର ସଦର: ବର୍ଷା ଆସିଲେ ଚିନ୍ତାରେ ପଡୁଛନ୍ତି ଯାଜପୁର ସହର ସନ୍ନିକଟ ଲଳିତେଶ୍ୱର ନଗରବାସୀ । କାରଣ ବର୍ଷାହେଲେ ରାସ୍ତାରେ ଜମି ରହୁଛି ବିପୁଳ ପାଣି । ଯାହା ରାସ୍ତା ଉପରେ ନିର୍ଭରଶୀଳଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ସବୁଠାରୁ ବେଶି ସମସ୍ୟାରେ ପଡୁଛନ୍ତି ନିକଟରେ ଥିବା ଏକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ । ଯାଜପୁର ବିକାଶ ସହିତ ତାଳଦେଇ ଏହି ନଗରର ବ୍ୟାପକ ବିକାଶ ହୋଇଛି । ଏହାକୁ କେହି ମନା କରି ପାରିବେ ନାହିଁ । ବର୍ଷା ଜଳରେ ଉବୁଟୁବୁ ହେଉଥିବା ନଗରବାସୀଙ୍କ ସମସ୍ୟାକୁ ଡ୍ରେନ କରି ଓ ଢ଼ଳେଇ କରି ସମାଧାନ କରାଯାଇଛି । ହେଲେ ମାତ୍ର ପାଞ୍ଚଶହ ମିଟର ରାସ୍ତା କାମ ନହୋଇ ପଡି ରହିବାର କାରଣ ଖୋଜୁଛନ୍ତି ନଗରବାସୀଙ୍କ ସହିତ ବୈଦ୍ୟରାଜପୁର ଗ୍ରାମବାସୀ । ବିଚିତ୍ରପୁର ପଞ୍ଚାୟତ ଅଧିନରେ ଥିବା ଏହି ରାସ୍ତା ପ୍ରତି ପ୍ରଶାସନିକ ଅବହେଳା ବେଶ ଚିନ୍ତାର କାରଣ ହୋଇଛି । ବର୍ଷ ପରେ ବର୍ଷ ବିତି ଯାଉଥିଲେ ମଧ୍ୟ ରାସ୍ତା ନିର୍ମାଣ ନହୋଇ ପାରିବା ଚିନ୍ତାର କାରଣ ହୋଇଛି । ତୁରନ୍ତ ଏନେଇ ବ୍ଲକ ପ୍ରଶାସନ ଓ ସରପଞ୍ଚ ପଦକ୍ଷେପ ନେବାକୁ ଦାବି ହୋଇଛି ।