ମନୋରଞ୍ଜନ ମହାନ୍ତିଙ୍କୁ ଶିଶୁ ସାହିତ୍ୟ ପ୍ରତିଭା ସମ୍ମାନ
ବନ୍ତ : ମାନବ ସମ୍ବଳ ବିକାଶ କେନ୍ଦ୍ର କଟକ ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ଭଦ୍ରକଙ୍କ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ଲେଖକ ସମ୍ମିଳନ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜୁ୍ୟଳନ କରାଯାଇ ପ୍ରଥମ ଅଧିବେଶନରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପାହଲଗାମର ଦିବଂଗତ ପର୍ଯ୍ୟଟକଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଶୁ ସାହିତି୍ୟକ ଉପସ୍ଥିତ ଥିଲେ । ଶିଶୁ ସାହିତ୍ୟ ଉଦ୍ଦିଷ୍ଟ ପ୍ରକୃତିର ହସ ପତ୍ରିକାଟି ଉନ୍ମୋଚନ କରାଯାଇ ଶିଶୁ ସାହିତି୍ୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ଡ. ହରିହର କାନୁନଗୋ, ଡ. ସୁନାମଣି ରାଉତ, ବିଶିଷ୍ଟବକ୍ତା ପ୍ରତିଭା ମହାରଥୀ, ସମ୍ପାଦକ ଶିଶୁ ସାହିତି୍ୟକ ରମେଶ ଚନ୍ଦ୍ର ନାୟକ, ସାହିତି୍ୟକ ଶଶଧର ପଣ୍ଡା , ଡ. ମହେଶ୍ୱର ମହାନ୍ତି, ଅଧ୍ୟାପିକା ବୈଜୟନ୍ତୀ ମିଶ୍ର ପ୍ରମୁଖ ଶିଶୁ ସାହିତ୍ୟ ବିକାଶ ଉପରେ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲା ରାମକୃଷ୍ଣପୁର ଗ୍ରାମର ପ୍ରାବନ୍ଧିକ ଓ ସୂ-ସାହିତି୍ୟକ ଯୁକ୍ତ ମନୋରଞ୍ଜନ ମହାନ୍ତିଙ୍କୁ ଶିଶୁ ସାହିତ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରି ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଶିଶୁ ସାହିତ୍ୟର ବିକାଶ ଦିଗରେ ସେ ଶତ ଚେଷ୍ଟିତ ରହିବେ ବୋଲି ମତବ୍ୟକ୍ତ କରିଛନ୍ତି ।