ବିଏସଏଫ ଆଇଜିଙ୍କ କଡା ଚେତାବନୀ : ଆତ୍ମସମର୍ପଣ କର ନଚେତ୍‌ ଏନକାଉଣ୍ଟର ହେବ

ବିଏସଏଫ ଆଇଜିଙ୍କ କଡା ଚେତାବନୀ : ଆତ୍ମସମର୍ପଣ କର ନଚେତ୍‌ ଏନକାଉଣ୍ଟର ହେବ

ଭୁବନେଶ୍ୱର : ଦେଶରେ ମାଓଦମନ ଅପରେସନ୍‌ ଜୋର ଧରିବାରେ ଲାଗିଛି । ନିକଟ ଦିନରେ ଓଡ଼ିଶା ଓ ଛତିଗଡ଼ରେ ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ମାଓଦମନ ଅପରେସନ୍‌ରେ ବଡ଼ ବଡ଼ ମାଓନେତା ନିପାତ ହୋଇଛନ୍ତି । ଏ ମଧ୍ୟରେ ଓଡିଶାରେ ଏବେ ବି ଜାରି ରହିଛି ମାଓଦମନ ଅଭିଯାନ । ଆନ୍ଧ୍ର ଏବଂ ଛତିଶଗଡ଼ ପଟୁ ମଧ୍ୟ ଓଡିଶାକୁ ମାଓବାଦୀମାନେ ପଶି ଆସୁଛନ୍ତି । ଏମାନଙ୍କ ଉପରେ ନଜର ଥିବା କହିଛନ୍ତି ବିଏସଏଫ ଆଇଜି ଶିବ ଆଧର ଶ୍ରୀବାସ୍ତବ । ଆଜି ଏକ ପ୍ରେସ ମିଟ୍‌ କରି ବିଏସଏଫ ଆଇଜି ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । 

     ସେ କହିଛନ୍ତି ଆତ୍ମସମର୍ପଣ କର ନଚେତ୍‌ ଏନକାଉଣ୍ଟର ହେବ । ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ କରିବାକୁ ଆମର ଟାର୍ଗେଟ୍‌ ରହିଛି । ଆତ୍ମସମର୍ପଣ କଲେ ସହଯୋଗ ମିଳିବ, ମୁଖ୍ୟତ୍ସୋତରେ ସାମିଲ ହେବାର ସୁଯୋଗ ମଳିବ ।  ହିଡମାର ଏନକାଉଣ୍ଟର ପରେ ଏବେ ଟପ୍‌ ମାଓନେତାଙ୍କୁ ଆମର ଟାର୍ଗେଟ୍‌ ରହିଛି । ଚଳିତବର୍ଷ ଓଡିଶାରେ ୧୯ ନକ୍ସଲ ନିହତ ହୋଇଛନ୍ତି । ୮ ଜଣ ଗିରଫ ହୋଇଥିବାବେଳେ ୬ ଜଣ ଆତ୍ମସମର୍ପଣ କରିଥିବା କହିଛନ୍ତି ବିଏସଏଫ୍‌ ଆଇଜି ଶିବ ଆଧର ଶ୍ରୀବାସ୍ତବ।