ଭାଗବତ ସପ୍ତାହ ଓ ପ୍ରବଚନ
ଜଗତସିଂହପୁର : ଭୋକାଞ୍ଜି ଗ୍ରାମରେ ଶ୍ରୀ କୁଞ୍ଜବିହାରୀ ଠାକୁରଙ୍କ ଭାଗବତ ସପ୍ତାହ ଓ ପ୍ରବଚନ କାର୍ଯ୍ୟକ୍ରମ ୭ ଦିନ ବ୍ୟାପି ଚାଲିବ । କଳସ ଯାତ୍ରା, ଅଙ୍କୁରାରୋପଣ, ସୂର୍ଯ୍ୟ ପୂଜା, ପାରାୟଣ, ସନ୍ଧ୍ୟା ଆଳତୀ ଓ ପ୍ରବଚନ ପ୍ରବକ୍ତା ଭାବେ ବାବାଜୀ ଅମୃତାନନ୍ଦ ଦାସ ମହାରାଜଙ୍କ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ବେଳେ, ପୂଜ୍ୟ ସ୍ୱାମୀ ଗୋକୁଳାନନ୍ଦ ସରସ୍ୱତୀଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ବ୍ୟାସ ଭାବେ ପରମାନନ୍ଦ ମହାରାଜ ଉପସ୍ଥିତ ରହିଥିବାବେଳେ, ପୂଜକ ପ୍ରସନ୍ନ ନନ୍ଦ ପୂଜା କାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମକୁ ବାବାଜୀ ସୀତାରାମ ଦାସ, ସଭାପତି ପ୍ରଫୁଲ୍ଲ କୁମାର ନନ୍ଦ, ସମ୍ପାଦକ ରଘୁନାଥ ରାଉତରାୟ ଓ ଭୋକାଞ୍ଜି ଗ୍ରାମବାସୀ ପରିଚାଳନା କରିଥିଲେ ।