ମରଣଯନ୍ତା ପାଲଟିଛି ଗୋପ-କୋଣାର୍କ ରାସ୍ତା
ଗୋପ : ଭୁବନେଶ୍ୱରରୁ ପିପିଲି ଦେଇ କୋଣାର୍କ ଠାରୁ ପୁରୀ ଦେଇ ସାତପଡ଼ା ପର୍ଯ୍ୟନ୍ତ ରାସ୍ତା ଟି ସ୍ୱର୍ଣ୍ଣତ୍ରିଭୁଜ ସଡକ ଯୋଜନାରେ ଅନ୍ତର୍ଭୂକ୍ତ । କିନ୍ତୁ ଦୁଃଖ ଓ ପରିତାପର ବିଷୟଟି ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି । ଖାସ କରି ପିପିଲି ଠାରୁ କୋଣାର୍କକୁ ସଂଯୋଗ କରୁଥିବା ରାସ୍ତା ସେଥିମଧ୍ୟରୁ ନିମାପଡା ଠାରୁ କୋଣାର୍କ ଦୀର୍ଘ ୨୫ କିମି ରାସ୍ତା ଏବେ ନଷ୍ଟ ହୋଇଗଲାଣି ।
ଖାସ କରି ଗୋପ ବଜାର ଅତିକ୍ରମ କରିବାକୁ ହେଲେ ଗାଡି ଚାଳକ ଚିନ୍ତାରେ ପଡୁଛି ରାସ୍ତା ଅତିକ୍ରମ କରିବ କିପରି? କାରଣ ରାସ୍ତା ମଝିରେ ବଡ଼ ବଡ଼ ଖାଲ୍ଲ ଖମ୍ମାରେ ଭର୍ତ୍ତି ହୋଇଥିବାରୁ ବର୍ଷା ଜଳ ରେ ପୂର୍ଣ୍ଣ ହୋଇଛି କ୍ଷ ସାମାନ୍ୟ ଅସାବଧାନତା ହେଲେ ରାସ୍ତା କଡରେ ଥିବା ଦୋକାନ ଉପରେ ଗାଡି ମେଡ଼ିଯାଇପାରେ ? ଖାଲ୍ଲଖମ୍ମାରୁ ରକ୍ଷା ପାଇବା ପାଇଁ ରାସ୍ତା ମଝିରେ ଥିବା ପାଣିରେ କିଛି ବ୍ୟକ୍ତି ବିଜେପି ପତକା କୁ ବିପଦ ସଂକେତ ରୂପେ ବ୍ୟବହାର କରିଥିଲେ । ଅନ୍ତତଃ ରାସ୍ତା ମଝିରେ ଖାଲ୍ଲ ଅଛି ବୋଲି ଚାଳକ ଜାଣିପାରିବେ କ୍ଷ ଏ ସମ୍ପର୍କ ରେ ଆମ ର ସ୍ଥାନୀୟ ପ୍ରତିନିଧି ଶ୍ରୀମତୀ ପରିଡା ଙ୍କୁ ଅବଗତ କରାଇଥିଲେ ସୁଦ୍ଧା ରାସ୍ତାର କାର୍ଯ୍ୟ ସଠିକ ଭାବେ କରାଗଲାନାହିଁ କ୍ଷ ଯଦିଓ ଉକ୍ତ ରାସ୍ତା ର ନବୀକରଣ ଓ ମରାମତି ନମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି କିନ୍ତୁ ତାହା ଅତ୍ୟନ୍ତ ନିମ୍ନମାର କାର୍ଯ୍ୟ ଯୋଗୁ ରାସ୍ତା ନଷ୍ଟ ହେଉଛି । ରାସ୍ତା ମରାମତି ହେବା ଗୋଟେ ସପ୍ତାହ ହୋଇନି ସାମାନ୍ୟ ବର୍ଷା ରେ ସମସ୍ତ ପିଛୁ ଉଠିଗଲା । ଏହା ସ୍ୱର୍ଣ୍ଣତ୍ରିଭୁଜ ସଡକ ଯୋଜନା ହୋଇହିବାରୁ ୈନିକ ଶତାଧିକ ପର୍ଯ୍ୟଟକ ଙ୍କ ଗାଡି ଯାତାୟାତ କରିଥାନ୍ତି କ୍ଷ ସ୍ଥାନୀୟ ବ୍ୟବସାୟୀ ଙ୍କ ପ୍ରଚେଷ୍ଟା ରେ ଇଟା ବାଲି ଦ୍ୱାରା ଖାଲ୍ଲ ଖମ୍ମା କୁ ମରାମତି କରନ୍ତି ସତ କିନ୍ତୁ ତାହା ଅଳ୍ପ ସମୟ ମଧ୍ୟରେ ନଷ୍ଟ ହୋଇଯାଏ କ୍ଷ ଏବେ ଉକ୍ତ ରାସ୍ତା ଯାତାୟାତ କରୁଥିବା ବେଳେ ୈନିକ ଚୋଟ ବଡ଼ ଦୃଘଟଣାମାନ ଘଟୁଛି କ୍ଷ ପର୍ଯ୍ୟଟନ ସ୍ଥଳୀ କୁ ଯଦି ପକ୍କା ସଡକ ର ବ୍ୟବସ୍ତା ନ ଥିବ ତେବେ କାହିଁକି ବୁଲିବାକୁ ଆସିବେ ବିଦେଶୀ ପର୍ଯ୍ୟଟକ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି କ୍ଷ ମୋଟାମୋଟି କହିବାକୁ ଗଲେ ପର୍ଯ୍ୟଟକ ସୁରକ୍ଷିତ ନୁହନ୍ତି କୀ ରାସ୍ତା ଘାଟ ର ଅବସ୍ଥା ଭଲ ନାହିଁ । ଏହାଦ୍ୱରା ଆମେ କିପରି ପର୍ଯ୍ୟଟକକୁ ଆକୃଷ୍ଟ କରିବା, ଆଉ କିପରି ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ ଏଥିପ୍ରତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତୁରନ୍ତ ଦୁଷ୍ଟି ଦେବାକୁ ଗୋପ ଓ କୋଣାର୍କ ଏବଂ ନିମାପଡା ଅଞ୍ଚଳବାସୀ ଦାବି କରିଛନ୍ତି ।