ଦୁର୍ଗାପୂଜା ଉପଦେଷ୍ଟା ମଣ୍ଡଳୀ ବୈଠକ 

ରାଜକନିକା : ରାଜକନିକା ସାର୍ୱଜନୀନ ଦୁର୍ଗାପୂଜା କମିଟି ଉପଦେଷ୍ଟା ମଣ୍ଡଳୀର ଏକ ଜରୁରୀ ବୈଠକ ମା କନିକେଶ୍ୱରୀ ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠାନ ସଭାପତି ପ୍ରଫେସର ବୈକୁଣ୍ଠ ନାଥ ପରିଡାଙ୍କ ଆବାହକତ୍ୱ ପଞ୍ଚାୟତ ସମିତି ପ୍ରାକ୍ତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ ଙ୍କ ସଂଯୋଜନା ଏବଂ କନିକା ର ଅତିରିକ୍ତ ତହସିଲଦାର ଦେବଲାଭ ସେଠୀ ଙ୍କ ଅଧକ୍ଷ ତା ରେ ଅନୁଷ୍ଠିତ ଏହି ବୈଠକ ରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବାଦଲ କୁମାର ମହାନ୍ତି, ଥାନା ଏସ ଆଇ ଦେବାଶିଷ ପଣ୍ଡା, ବିଡ଼ିଓ ଙ୍କ ପ୍ରତିନିଧି, ଅଗ୍ନି ସମ ବିଭାଗ, ଶିକ୍ଷା ବିଭାଗ, ଇଲେକ୍ଟ୍ରି ବିଭାଗ,ଗ୍ରାମ୍ୟ ଉର୍ନୟନ ବିଭାଗ,ଜଳସମ୍ପଦ ବିଭାଗ ଆଦିର ଅଧିକାରୀ ଓ ପ୍ରତିନିଧି ମାନେ ଯୋଗଦେଇ ଆଗାମୀ ପାର୍ବଣରେ "ମା" ଙ୍କ ନବରାତ୍ର ପୂଜା ଓ ଯାତ୍ରା ଆଦି କାର୍ଯ୍ୟକ୍ରମ କିଭଳି ଶାନ୍ତି ଶୃଙ୍ଖଳା ର ସହ ଶେଷ ହେବ ସେ ସମ୍ପର୍କରେ ଆଲୋଚନା କରିବା ସହ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଉପସଭାପତି ମନୋଜ ସେନାପତି, ଉପଦେଷ୍ଠା ବେଣୁଧର ପରିଡା, କୋଷାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ଅନୁଷ୍ଠାନର ଅନାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।