ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଗୁରୁତର
ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥ ଜରକା ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ମୋରଡା ଥାନା ଅଧୀନ ମାକୁନ୍ଦ ଗ୍ରାମର ମଙ୍ଗଲ ସିଂର ପୁଅ ଗୋରା ସିଂ ( ୪୫) ଏକ ବାଇକ ଯୋଗେ ବୈଶିଙ୍ଗାରୁ ଜରକା ଛକ ନିକଟକୁ ୧୮ ନଂ ଜାତୀୟ ରାଜପଥର ଭୁଲ ପାର୍ଶ୍ୱ ଦେଇ ଯାଉଥିବାବେଳେ ଏକ ବାଇକ ସାଙ୍ଗରେ ପ୍ରଥମ ଦୁର୍ଘଟଣା ଘଟାଇବା ପରେ ସେଠାରୁ ଉଠି ପୁଣି ଥରେ ଦ୍ରୁତ ଭାବେ ଜରକା ଛକ ଦେଇ ଯୁଗୁପୁରା ଅଭମୁଖେ ଯାଉଥିବା ବେଳେ ବେତନଟୀ ପଟୁ ଆସୁଥିବା ବାଇକ ଆରୋହୀ ବାଲେଶ୍ୱର ଜିଲ୍ଲା ଅଧୀନ ରୁପସା ନିକଟସ୍ଥ କେନ୍ଦୁଡାଙ୍ଗରି ଗ୍ରାମର କନ୍ଦନ ବାସ୍କ (୧୮) କୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଜଣ ଗୁରୁତର ଭାବେ ରକାକ୍ତ ହୋଇ ରାସ୍ତା ଉପରେ ପଡି ରହିଥିଲେ । ସ୍ଥାନୀୟ ଲୋକ ଆହତଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ । ସେଠାରେ ଆରୋହୀ କନ୍ଦନର ମୁଣ୍ଡ ଏବଂ ଆଖିରେ ଜୋରରେ ଆଘାତ ପାଇଥିବା ବେଳେ ଅନବରତ ରକ୍ତବାନ୍ତି କରି ଚାଲିଥିଲେ । ପ୍ରାଥମିକ ଚିକିସôା ପରେ ଅବସ୍ଥା ଗୁରୁତର ହୋଇ ପଡିବାରୁ ତାଙ୍କୁ ଏବଂ ଗୁରୁତର ଆହତ ଅନ୍ୟ ବାଇକ ଆରୋହୀ ଗୋରାକୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।