ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

 ନିଆଳି:  ନିଆଳି ଥାନା ଅଧିନସ୍ତ ରତନପୁର ପଞ୍ଚାୟତର ଜିତେନ୍ଦ୍ର ବେହେରାଙ୍କ ଏକ ମାତ୍ର ପୁଅ ମନୋଜ କୁମାର, ପୁଲୱାମା ଆତ୍ମଘାତି ବିସ୍ଫୋରଣରେ ସହିଦ ହୋଇଥିଲେ । ଏହି ଘଟଣା ଆଜିକୁ ୬ ବର୍ଷ ପୁରୀ ଯାଇଥିବା ବେଳେ ଆଜି ମଧ୍ୟ ପରିବାର ଓ ସ୍ଥାନୀୟ ବାସିନ୍ଦା ମନୋଜକୁ ଝୁରୁଛନ୍ତି । ମାଆ ସାବିତ୍ରୀ ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ କାନ୍ଦି କାନ୍ଦି ଦିନ କାଟୁଛନ୍ତି । ଏମିତିକି ବାପ ମାଆ ଔଷଧ ଖାଇବା ପାଇଁ ମଧ୍ୟ ପଇସା ନାହିଁ । ସୂଚନା ଥାଉକି ୨୦୧୪ ମସିହା ଫେବୃଆରୀ ୧୪ ସାରା ଦେଶ ପାଇଁ ଥିଲା କାଳର ଦିନ । ଏହି ଦିନ ଆତ୍ମ ଘାତି ବିସ୍ଫୋରଣରେ ୪୦ ଜଣ ଯବାନ ସହିଦ ହୋଇଥିବା ବେଳେ ଏଥିରେ ଥିଲେ ଦୁଇ ଜଣ ଓଡ଼ିଆ ଯବାନ । ମନୋଜଙ୍କ ସହିଦ ଦିବସକୁ ସ୍ମରଣୀୟ କରିବା ପାଇଁ ପରିବାର ବର୍ଗ ପକ୍ଷରୁ ଘର ବାହାରେ ଥିବା ମନୋଜଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ, ଦୀପକ ପ୍ରଜ୍ୱଳନ, କରିବା ସହିତ ଭଗବତ ଗୀତା ପଠନ କରାଯାଇଥିଲା । ଘର ଭିତରେ ମନୋଜଙ୍କ ଉଦେଶ୍ୟରେ ମନୋଜଙ୍କ ବାପା ଏକ ଲାଇବ୍ରେରୀ ଖୋଲିବା ସହିତ ମନୋଜଙ୍କ ପ୍ରତେକ ଫୋଟୋକୁ ସ୍ଥାନ ଦେଇଛନ୍ତି । ଏମିତିକି ପୁଅ ଦେଶ ଆଉ ଜାତି ପାଇଁ ସ୍ୱର୍ଣ୍ଣ ଅକ୍ଷରରେ ନା ରଖିଥିବା ଯୋଗୁ ବାପ ମାଆ ଯେତେ ଅଭାବରେ ରହିଲେ ବି ବାପ ମା ଓ ନିଆଳି ମାଟି ଗର୍ବିତ । ମନୋଜଙ୍କ ଷଷ୍ଠ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ନିଆଳି, ଚାରିଛକ, ବାଲି ଅନ୍ତା, ବାଲି ପାଟଣା, କାକଟ ପୁର, ଜଗତସିଂହପୁର ବିଭିନ୍ନ ସଂଗଠନ କର୍ମକର୍ତ୍ତାମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।