ବୁଣାକାରଙ୍କ ସମୃଦ୍ଧି ପାଇଁ ଆଇଆଇଏମ୍ ପକ୍ଷରୁ ପ୍ରକଳ୍ପ "ସମର୍ଥ'
ସମ୍ବଲପୁର: ପଶ୍ଚିମଓଡ଼ିଶାର ଐତିହ୍ୟସମ୍ପନ୍ନ ହସ୍ତତନ୍ତ ପ୍ରସିଦ୍ଧି ଲାଭ କରିଛି । ଏହାକୁ ଆହୁରି ସମୃଦ୍ଧ ତଥା ବିଶ୍ୱ ଦରବାରରେ ପରିଚୟ ଦେବା ସକାଶେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଅନନ୍ୟ ପ୍ରୟାସ ଆରମ୍ଭ କରାଯାଇଛି । ଯାହାକି ଓଡ଼ିଶାର ଇତିହାସର ଉକ୍ରୃଷ୍ଟତା କ୍ଷେତ୍ରରେ ନୂଆଁ ଫର୍ଦ୍ଦ ଯୋଡ଼ିଛି । ସିମୀତ ବଜାର ଓ ଆର୍ଥôକ ସାକ୍ଷାରତାର ଅଭାବ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହସ୍ତତନ୍ତ ବୁଣାକାରମାନଙ୍କ ସମସ୍ୟାଗୁଡ଼ିକୁ ଦୂର କରିବା ଓ ହସ୍ତତନ୍ତ କ୍ଷେତ୍ରକୁ ସକି୍ରୟ କରିବା ଉଦେ୍ଦଶ୍ୟରେ ଆଇଆଇଏମ୍ ସମ୍ବଲପୁର ଗବେଷଣା ସହଯୋଗର ବହୁମୁଖୀ ଲକ୍ଷ୍ୟ ହାସଲ ପାଇଁ ଆଗେଇ ଆସିଛି । ଏଥିପାଇଁ ବରଗଡ଼ ଜିଲ୍ଲାର ବୁଣାକାରମାନଙ୍କ ସାମାଜିକ-ଅର୍ଥନୈତିକ ବାସ୍ତବତାକୁ ଅନୁଧ୍ୟାନ କରି ଆବଶ୍ୟକ କ୍ଷେତ୍ରରେ ଉନ୍ନତି ସାଧନ ପାଇଁ ହସ୍ତକ୍ଷେପ ସକାଶେ କ୍ଷେତ୍ର ଚିହ୍ନଟ କରାଯାଇଥିଲା । ଦକ୍ଷତା ବୃଦ୍ଧି, ବୈଷୟିକ ଜ୍ଞାନ କୌଶଳ ଠାରୁ ଆରମ୍ଭ କରି ସରକାରୀ ଯୋଜନାର ଅନ୍ତଭୁକ୍ତିକରଣ, ବଜାର ସଂଯୋଗ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ଆଇଆଇଏମ୍ ସାମିଲ୍ କରିଛି । ଏ ସଂପର୍କରେ ଆଇଆଇଏମ୍ ସମ୍ବଲପୁରର ନିଦେ୍ର୍ଦଶକ ମହାଦେବ ଜୟସ୍ୱାଲ ଯୋଜନାର ସଫଳ ରୂପାୟନ ପାଇଁ ପ୍ରତ୍ୟକ୍ଷ ଭାବରେ ତତ୍ତ୍ୱାବଧାନ କରିଥିଲେ । ଫ୍ଲିପ୍କାର୍ଟ ସହିତ "ସମର୍ଥ' କାର୍ଯ୍ୟକ୍ରମ ବୁଣାକାରମାନଙ୍କୁ ବଜାର ପ୍ରବେଶ ସୁବିଧା ଓ ଅନ୍ଲାଇନ୍ରେ ବ୍ୟବସାୟ ପାଇଁ ସକ୍ଷମ କରୁଛି । ଆଇଆଇଏମ୍ ସମ୍ବଲପୁରର ତାନା-ବାନା ଜିଲ୍ଳା ହସ୍ତତନ୍ତ ଏକ୍ସପୋରେ ୨୧ ଜଣ ବୁଣାକାର ଆର୍ଥôକ ସହାୟତା ପାଇଥିଲେ । ଇଣ୍ଟରନ୍ୟାସନଲ ଅଫ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଜୁକେସନ୍ ୟୁନିର୍ଭସିଟି କନ୍ସୋର୍ଟିୟମ୍, ପ୍ୟାରିସ୍, ଫ୍ରାନ୍ସ ସହିତ ଏକ ଏମ୍ଓୟୁ ଜରିଆରେ ସମ୍ବଲପୁରର କୁଶଳୀ ବୁଣାକାରଙ୍କ ଡିଜାଇନ୍କୁ ପ୍ୟାରିସ୍ ଓ ମିଳାନ୍ ଭଳି ସ୍ଥାନରେ ପ୍ରଦର୍ଶନ କରାଯାଇଛି । ବିଶ୍ୱ ଦରବାରରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ କଳାକୁ ସୁଦୃଢ଼ ଭାବରେ ଉପସ୍ଥାପନ ପାଇଁ ଆଇଆଇଏମ୍ ଲକ୍ଷ୍ୟ ରଖିଛି । ଭୋକାଲ ଫର୍ ଲୋକାଲ୍ ନୀତି ଆଧାରରେ ଆଇଆଇଏମ୍ ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ବୁଣାକାର ଓ ସ୍ଥାନୀୟ କାରିଗରମାନଙ୍କୁ ସୁଯୋଗ ପ୍ରଦାନ କରାଯାଇ ଆସୁଛି ।