କୁର୍ଲା ବସ ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ

କୁର୍ଲା ବସ ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ

କୁର୍ଲା ବସ ଦୁର୍ଘଟଣାରେ ନୂଆ ମୋଡ । ସତ ମାନିଲେ ବସ ଡ୍ରାଇଭର ।କୁର୍ଲାରେ ବସ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଏତେ ବଡ଼ ଦୁର୍ଘଟଣା କେମିତି ଘଟିଲା । ଏହି ପ୍ରଶ୍ନର ଉତ୍ତର ଅଭିଯୁକ୍ତ ସଞ୍ଜୟ ମୋରେ ପୁଲିସ ପଚରାଉଚରାରେ ଦେଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁର୍ଲା ବସ୍ ଦୁର୍ଘଟଣା ମାମଲାର ଅଭିଯୁକ୍ତ ସଞ୍ଜୟ ମୋରେ ଭୁଲବଶତଃ ବସର କ୍ଲଚ୍ ପରିବର୍ତ୍ତେ ଆକ୍ସିଲେଟର୍ ରେ ପାଦ ରଖିଥିଲେ। ସଞ୍ଜୟଙ୍କର ଭାରୀ ଯାନ ଚଳାଇବାର କୌଣସି ଅଭିଜ୍ଞତା ନଥିଲା, ପୂର୍ବରୁ ସଞ୍ଜୟ ମିନିବସ୍ ଚଳାଉଥିଲେ। ଏହି ବସ୍ ଗୁଡ଼ିକରେ କ୍ଲଚ୍, ବ୍ରେକ୍ ଓ ଆକ୍ସିଲେଟର ରହିଥିଲା । ସେହିପରି ୧୦ ଦିନର ପ୍ରଶିକ୍ଷଣ ପରେ ସଞ୍ଜୟଙ୍କୁ ଗାଡ଼ି ଚଳାଇବା ପାଇଁ ବଡ଼ ବସ୍ ଦିଆଯାଇଥିଲା । ଦୁର୍ଘଟଣା ସମୟରେ ସେ କ୍ଲଚକୁ ଆକ୍ସିଲେଟର ବୋଲି ଭାବି ଆକ୍ସିଲେଟର ଉପରେ ପାଦ ଦେବାରୁ ବସ୍ ଅଟକିବା ପରିବର୍ତ୍ତେ ଦ୍ରୁତ ଗତିରେ ଚାଲିଥିଲା । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏସସି) ଦ୍ୱାରା ପରିଚାଳିତ ବେଷ୍ଟ ଏକ ବିଜ୍ଞପ୍ତିରେ କହିଛି ।