ମହାବିଦ୍ୟାଳୟ ପରିଚାଳନା କମିଟି ଗଠନ 

 ହିଞ୍ଜିଳିକାଟୁ: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ୧୯୬୩ ମସିହାରେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା ।  ସଂପୃକ୍ତ ମହାବିଦ୍ୟାଳୟ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ମାନ୍ୟତା ଲାଭ କରିଛି । ଦକ୍ଷିଣ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ମେଧାବୀ ଶିକ୍ଷାର୍ଥୀ ମାନେଶ୍ୱର ଏହି ମହାବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରୁଛନ୍ତି । ଉକôୃଷ୍ଟ ଶିକ୍ଷାଦାନ ସକାଶେ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ସ୍ୱତନ୍ତ୍ର ପରିଚୟ ରହିଛି । ମହାବିଦ୍ୟାଳୟର ସୁପରିଚାଳନା ସକାଶେ ଖଲ୍ଲିକୋଟ ରାଜ ପରିବାର ଏହାର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ । ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନୀ ଦେଓଙ୍କ ଶାରୀରିକ ଅସୁସ୍ଥତା ଓ ପରବର୍ତ୍ତୀ ସମୟରେ ମୃତୁ୍ୟ ଘଟିବା ପରେ ବର୍ତ୍ତମାନ ସଂପୃକ୍ତ ମହାବିଦ୍ୟାଳୟର ପରିଚାଳନା କମିଟି ଖାଲି ପଡିଛି । ଏହାର ସୁଯୋଗ ନେଇ ଖଲ୍ଲିକୋଟ ରାଣୀ ସାହେବାଙ୍କ କିଛି ନିକଟତର ବ୍ୟକ୍ତିବିଶେଷ ଓ ମହାବିଦ୍ୟାଳୟର କିଛି କର୍ମଚାରୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଯଦ୍ୱାରା ମହାବିଦ୍ୟାଳୟର ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିବା ସହ ଶିକ୍ଷାଦାନରେ ଗୁରୁତର ବିଭ୍ରାଟ ସୃଷ୍ଟି ହେଇଥିବା ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ନୂତନ ପରିଚାଳନା କମିଟି ଗଠନ ପାଇଁ ଦାବି ହୋଇଛି  । ଅନ୍ୟପକ୍ଷରେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଗତ ୨୦୨୯ ମସିହା ମହାମାରୀ କୋଭିଡ୍ ସମୟରେ ଅସ୍ଥାୟୀ ବସ୍ଷ୍ଟାଣ୍ଡ ଭାବେ ନିର୍ମାଣ କରାଯାଇଥିଲା । ଫଳରେ ସଂପୃକ୍ତ ଖେଳପଡିଆ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇପଡିଛି । ଉକ୍ତ ଖେଳପଡିଆରେ ପ୍ରତିବର୍ଷ ୩ଟି ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି  । ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ପ୍ରତ୍ୟହ ସକାଳ ଓ ସନ୍ଧ୍ୟା ସମୟରେ ଭ୍ରମଣ କରିବା ସହ ବ୍ୟାୟମ କରୁଥିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସଂପୃକ୍ତ ଖେଳପଡିଆର ଉନ୍ନତିକରଣ ସହ ଚର୍ତୁପାଶ୍ୱର୍ରେ ବୃକ୍ଷରୋପଣ, ପାନୀୟ ଜଳର ସୁବ୍ୟବସ୍ଥା ଓ ଏକ ସ୍ପୋର୍ସ ହଷ୍ଟେଲ ନିର୍ମାଣ ପାଇଁ ଦାବି ହୋଇଛି । ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ଓ ଖେଳପଡିଆର ଉନ୍ନତିକରଣ ସକାଶେ ହିଞ୍ଜିଳିକାଟୁ ଅଞ୍ଚଳବାସୀ ଓ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ଓ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତାଙ୍କୁ  ଦାବିପତ୍ର ପ୍ରଦାନ କରାଯାଇଥିବା ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା କହିଛନ୍ତି ।