ନାବାଳିକା କୁକର୍ମକାରୀ ଗିରଫ
ବୁଗୁଡା: ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସ୍ଥାନୀୟ ବାଲିପିଣ୍ଡି ହରିଜନ ସାହିର ଜନୈକ ଯୁବକକୁ ଗିରଫ କରି ପୋକ୍ସୋ କୋର୍ଟକୁ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଯୁବକ ଜଣକ ହେଲେ ହେଲେ ଅଜୟ କୁମାର ବେହେରା(୨୭) ଓରଫ୍ ଅଜୁ । ଏ ନେଇ କେସ୍ ନଂ ୩୭୦/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ଗତ ତିନି ବର୍ଷ ହେଲା ଅଜୟ ବୁଗୁଡା ଅଞ୍ଚଳର ଜନୈକା ନାବାଳିକା ସହିତ ସମ୍ପର୍କ ରଖିଆସୁଥିଲା । ଏ ବିଷୟ ନାବାଳିକାର ପରିବାର ଲୋକେ ଜାଣିବା ପରେ ତାକୁ ଆକଟ କରି ରଖିଥିଲେ । ଏଥିରେ ଯୁବକ ଜଣକ ବିବ୍ରତ ହୋଇ ନାବାଳିକାର ଫଟୋ ଭାଇରାଲ୍ କରିବା ନେଇ ତାଙ୍କର ପରିବାରକୁ ଧମକ ଦେଇଥିଲା । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଗତ ୮ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ପୋଲିସ ଅଜୁକୁ ଗିରଫ ସହ କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଜ୍ୟୋତିଶ୍ରୀ ସାହୁଙ୍କଠାରୁ ପ୍ରକାଶ ପାଇଛି ।