ମହାବିଦ୍ୟାଳୟରେ ଆଇସିସି ଗଠିତ
ସାରସକଣା: ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଦ୍ୱାରା ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ଗଠିତ ହୋଇଛି । ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ନିଦେ୍ର୍ଦଶାଳୟ ଚିଠି ସଂଖ୍ୟା ୩୭୦୩୨ /୧୪/୦୭/୨୫ ଆଧାରରେ ଉକ୍ତ କମିଟି ଗଠନ ପାଇଁ ଅଧ୍ୟକ୍ଷ ପ୍ରହଲ୍ଲାଦ ଅଗସ୍ତି ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀଙ୍କ ସହିତ ବରିଷ୍ଠ କର୍ମଚାରୀ, ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଅର୍ଥନୀତି ବିଭାଗର ଅଧ୍ୟାପିକା ଧରିତ୍ରୀ ବେହେରା ପ୍ରିଜାଇଣ୍ଡିଂ ଅଫିସର, ପ୍ରାଧ୍ୟାପକ ଦିଲ୍ଲୀପ କୁମାର ସେନାପତି, ପ୍ରାଧ୍ୟାପକ ଅନିଲ କୁମାର ଝାଙ୍କ ସମେତ ଅଧ୍ୟାପିକା ସ୍ୱପ୍ନେଶ୍ୱରୀ ମୁର୍ମୁ, ଅଧ୍ୟାପିକା ପ୍ରାଚିପ୍ରଭା ପଢ଼ିଆରୀ, ବରିଷ୍ଠ କିରାଣୀ ସତ୍ୟନାଥ ସାହୁ, ପୂର୍ବତନ ପରିଚାଳନା କମିଟି ସଦସ୍ୟା କଳ୍ପନା ସାହୁ, ଆତ୍ମରକ୍ଷା ତାଲିମ୍ ପ୍ରଶିକ୍ଷିକା ଯଶୋଦାମଣି ସିଂହ, ଛାତ୍ରୀ ପ୍ରତିନିଧି ଗଙ୍ଗାମଣି ମାଝୀ, ଗୋଲାପୀ ମୁର୍ମୁ, ଛାତ୍ର ପ୍ରତିନିଧି ଅଭୟ କୁମାର ବାରିକ ମନୋନୀତ ହୋଇଥିଲେ । ଏଥିସହିତ ମହିଳା ଓକିଲ ଅପର୍ଣ୍ଣା ମଣ୍ଡଳଙ୍କ ନେତୃତ୍ୱରେ ଏକ ଦଳ ମହାବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ଉପରେ ହେଉଥିବା ଯୌନ ଶୋଷଣ ଉପରେ ଥିବା ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋଚନା କରି ସଚେତନ କରାଇଥିଲେ ।
ଆସିକା : ଆସ୍କା ବ୍ଲକ ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟ ପରିସର ମଧ୍ୟରେ ଯେ କୌଣସି ଛାତ୍ରଛାତ୍ରୀ ତଥା କର୍ମଚାରୀଙ୍କ ପ୍ରତି କୌଣସି ପ୍ରକାର ମାନସିକ ଓ ଶାରୀରିକ ନିର୍ଯାତନା ହେଲେ ସେ ସମ୍ପର୍କରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଦେ୍ଦଶ୍ୟରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଗଠନ କରାଯାଇଥିଲା । କମିଟିରେ ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ମୁଖ୍ୟ ଅଧ୍ୟାପକ ଅଭିଷେକ ବେହେରା, ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ ଓ ସୁଶ୍ରୀ ସୁଜାତା ସିଂ, ମୁଖ୍ୟ କିରାଣୀ ଶ୍ରୀମତୀ ପଦ୍ମିନୀ ମହାରଣା, ଛାତ୍ରୀ ପୂର୍ଣ୍ଣିମା ବିଶ୍ୱାଳ, ଛାତ୍ରୀ ଅଙ୍କିତା ବିଷୋୟୀ ଏବଂ ସମାଜସେବୀ ସୁଶ୍ରୀ ଭବାନୀ ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି । ଏହି ସଦସ୍ୟମାନଙ୍କ ନାମ, ଇ - ମେଲ୍ ଓ ଫୋନ୍ ନମ୍ବର ଭଳି ସମସ୍ତ ଯୋଗାଯୋଗର ସୂଚନା ସାର୍ବଜନୀନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଅଭିଷେକ ବେହେରା, ବିତ୍ତୀୟ ଅଧିକାରୀ ରୁଦ୍ରମାଧବ ମହାନ୍ତି, ଶୈକ୍ଷିକ ଅଧିକାରୀ ଡ଼କ୍ଟର କୁନା ସୁନା ଓ ଅନ୍ୟାନ୍ୟ ଅଧ୍ୟାପକ /ଅଧ୍ୟାପିକା ଅଧ୍ୟାପକ ଡ଼, କୁନା ସୁନା, ରୁଦ୍ର ମାଧବ ମହାନ୍ତି, ଆଲୋକ ପ୍ରଧାନ, ଉପେନ୍ଦ୍ର ମାଝୀ, ଡ଼, ଜୀବନ କୃଷ୍ଣ ଦାସ, ଅଜିତ୍ କୁମାର ପଟ୍ଟନାୟକ , ଅଜିତ୍ କୁମାର ମହାପାତ୍ର, ବିକାଶ ଦିଗାଲ, ଅଜିତ୍ କୁମାର ମୁଖୀ, ଉଦିତ ନାରାୟଣ ଦାସ, ଅଧ୍ୟାପିକା ସ୍ୱପ୍ନାରାଣି ପଟ୍ଟନାୟକ, ସୁଶ୍ରୀ ସଂଗୀତା ପଟ୍ଟନାୟକ, ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ଜସ୍ମିନି କୁମାରୀ ନାୟକ, ସୁଶ୍ରୀ କିରଣ ଡାକୁଆ, ସୁଶ୍ରୀ ସୁଜାତା ଟେଟେ, ସୁଶ୍ରୀ ରାଜେଶ୍ୱରି ରଥ, ସୁଶ୍ରୀ କେ.ସ୍ମିତା. ପାତ୍ର, ସୁଶ୍ରୀ ସୁଚିସ୍ମିତା ପଟ୍ଟନାୟକ, ସୁଶ୍ରୀ ଶୁଭଶ୍ରୀ ସାହୁ, ସୁଶ୍ରୀ ଯାଜ୍ଞସେନି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକ ସୁନ୍ଦର ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଅଗ୍ରସର ହେବା ବୋଲି ବାର୍ତ୍ତା ପ୍ରଦାନ କରିଥିଲେ ।