ମହିଳା ଜୀବିକା ସୁରକ୍ଷା ମଞ୍ଚର ନିଆରା ପ୍ରୟାସ

 ଦଶପଲ୍ଲା : ଘର କୋଣରୁ ସ୍ୱତନ୍ତ୍ର ଏକ ପରିଚୟ ସହିତ ସମାଜର ପରିବର୍ତନ ର ଭିନ୍ନ ସ୍ରୋତ ନାରୀ । ସେ ନାରୀନଙ୍କୁ ସହଯୋଗ ସହାୟତା ଓ ଶଶକ୍ତ କରିବା ସହିତ ପୁରୁଣା ଲୋକ କଳା ସଭ୍ୟତା ଓ ପରମ୍ପରା ଲୁପ୍ତପ୍ରାୟ ହେବାକୁ ବସିଥିବା ବେଳେ । ନୟାଗଡ଼ ଜିଲ୍ଲାର ମହିଳା ଜିବିକା ସୁରକ୍ଷା ମଞ୍ଚ ତରଫରୁ ଦଶପଲ୍ଲା ନେତାଜୀ ମ ଇଦାନ ଠାରେ ଏକ ବିଶାଳ ମହିଳା ସମାବେଶ ସହିତ ଏ ସମ୍ପର୍କିତ ଆଲୋଚନା । ବାଲ୍ୟବିବାହ ଓ ଅତ୍ୟାଚାର ବିରୁଦ୍ଧରେ ଏକ ଆଲୋକପାତ ତା ସହିତ ଆଜିର ଯୁଗରେ ଶଶକ୍ତ ନାରୀ ହେବା ପାଇଁ ନାଚ ଗୀତ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ କିଭଳି ସାମିଲ ହୋଇପାରିବେ ସେଥିନିମିତ୍ତ ପ୍ରୋତ୍ସାହନ ଦେବା ପାଇଁ ମହିଳା ଜିବିକା ସୁରକ୍ଷା ମଞ୍ଚର ନିଆରା ପ୍ରୟାସ । ସଭାରେ ମୁଖ୍ୟଅତିଥି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବ୍ଲକ ଉପାଧ୍ୟକ୍ଷା, ଏନ୍ଏସି ଚେୟାରମ୍ୟାନ ଏବଂ ଜନପ୍ରତିନିଧି ଓ ସାମ୍ବାଦିକ ମହିଳା ଜିବିକା ସୁରକ୍ଷା ମଞ୍ଚ କର୍ମକର୍ତ୍ତା ଉପସ୍ଥତ ଥିଲେ ।