ପ୍ରଧାନମନ୍ତ୍ରୀଙ୍କ ପାଇଁ ତାଳଚେର  ମେଡିକାଲ କଲେଜ ସ୍ୱପ୍ନ ପୂରଣ ହୋଇଛି

 ତାଳଚେର  : ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ସରକାରୀ ମେଡିକାଲ କଲେଜ ଚଳିତ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ନାମ ଲେଖାଇବା ପାଇଁ ‘ଜାତୀୟ ମେଡିକାଲ କମିଶନ’ ମଞ୍ଜୁରୀ ଦେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ହସ୍ପିଟାଲ ପରିଦର୍ଶନ କରିଛନ୍ତି । 
ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୁଳ ଜିଲ୍ଲାରେ ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଳଚେର ଜିଲ୍ଲାରେ ମେଡିକାଲର ସ୍ୱପ୍ନ ପୂରଣ ହୋଇପାରିଛି । ନିକଟରେ ରାଜ୍ୟ ସରକାରଙ୍କ ଆବେଦନ କ୍ରମେ ଏହି ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଜାତୀୟ ମେଡିକାଲ କମିଶନ ମଞ୍ଜୁରୀ ଦେଇଛନ୍ତି, ଯାହା ଖୁସିର ବିଷୟ ।  ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ତାଳଚେର ସମେତ ଅନୁଗୁଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ  । ଏହି  ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଏହି ଗସ୍ତକାଳରେ ଶ୍ରୀ ପ୍ରଧାନଙ୍କୁ ତାଳଚେର ମେଡିକାଲ କଲେଜର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରଚେଷ୍ଟା କରିଥିବାରୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ ।