ମହିଳା ସହାୟିକାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ାା ପ୍ରଭାନୁ୍ୟଜ୍ ।ା କୋରେଇ : କାହ୍ନୁଚରଣ ଜୁନିୟର କଲେଜର ମହିଳା ସହାୟିକା ବାସନ୍ତୀ ପଟ୍ଟନାୟକଙ୍କୁ କଲେଜ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କଲେଜର ଅଧ୍ୟକ୍ଷ ସ୍ମୃତିରଞ୍ଜନ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ କଲେଜର ପ୍ରାକ୍ତନ ସମ୍ପାଦକ ତଥା ଶିକ୍ଷାବିତ ସଚ୍ଚିଦାନନନ୍ଦ ରାଉତ ଯୋଗଦେଇ ଶ୍ରୀମତୀ ପଟ୍ଟନାୟକଙ୍କ ଦୀର୍ଘ ଚାକିରୀ ଜୀବନର ନିଷ୍ଠା ଆଉ ଅବଦାନ ସମ୍ପର୍କରେ ସ୍ମୃତି ତୋଳି ଧରିଥିଲେ । ବରିଷ୍ଠ ପ୍ରାଧ୍ୟାପକ ରବିନ୍ଦ୍ର ବିଶ୍ୱାଳ, ଅନିଲ କୁମାର ସାହୁ ଶ୍ରୀମତୀ ପଟ୍ଟନାୟକଙ୍କ ଅବଦାନକୁ ମନେ ପକାଇଥିଲେ । ଏହି ଅବସରରେ କଲେଜ ତରଫରୁ ଶ୍ରୀମତୀ ପଟ୍ଟନାୟକଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଏବଂ ବିଭିନ୍ନ ଉପହାର ସହ ସମ୍ବର୍ଦ୍ଧିତ କରା ଯାଇଥିଲା । ଶ୍ରୀମତୀ ପଟ୍ଟନାୟକଙ୍କ ସହ ବିତି ଯାଇଥିବା ଦିନ ଗୁଡିକ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ମାନେ ନିଜ ନିଜର ଅନୁଭବ ବଖାଣିଥିଲେ । ଅଧ୍ୟାପକ ଅଜୟ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କ୍ରୀଡା ଶିକ୍ଷକ ମନ୍ମଥ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।