ରଜ ମହୋତ୍ସବ ପାଳିତ : ରଜର ରାଣୀ ହେଲେ ପ୍ରତିମା
ବାଲିଅନ୍ତା: ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଚତୁର୍ଥ ରଜ ମହୋତ୍ସବ-୨୦୨୫ ହୀରାପୁର ସ୍ତିତ ଚଉଷଠି ଯୋଗିନୀପୀଠ ଠାରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠାନ ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇଙ୍କ ତତ୍ତ୍ୱାବଧାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମୁକାବିଲା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟବକ୍ତା ପୁର୍ବତନ ବିଧାୟକ ଡ. ଅରବିନ୍ଦ ଢ଼ାଲି, ସମ୍ମାନୀତଅତିଥି ହୋମିଓପାଥି ଚିକିତ୍ସକ ଡ. ନେତ୍ରାନନ୍ଦ ଭୋଇ, ଶିକ୍ଷାବିତ୍ ବିଧୁଭୁଷନ ପଟ୍ଟନାୟକ, ସମାଜସେବୀ ସୁଚିସ୍ମିତା ପୃଷ୍ଟି, ସମାଜସେବୀ ସୁବ୍ରତ ମହାନ୍ତି, ସରପଞ୍ଚ ରମାଲତା ନାୟକ, ଯୁବ ସମାଜସେବୀ ରଞ୍ଜନ ମହାପାତ୍ର ଯୋଗଦାନ କରି ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଦୁଇଦିନ ଧରି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ପ୍ରତିମା ଭୋଇଙ୍କୁ ରଜର ରାଣୀ ଘୋଷଣା ସହିତ ପୁରସ୍କାର ବାବଦକୁ ପାଞ୍ଚ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରିଥିଲେ । ଯୁବ ସାମ୍ବାଦିକ ଆଶୁତୋଷ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ବେହେରା, ଉମାକାନ୍ତ ବେହେରା, ସୁବାଷ ଦାସ, ପ୍ରମୋଦ ଭୋଇ, ଜ୍ୟୋତିର୍ମୟୀ ପଣ୍ଡା, ସ୍ମିତାରାଣି ମହାନ୍ତି, ପ୍ରଳୟ ଦାସ, ଗୋପାଳ ବେହେରା, ଦୀପକ ସ୍ୱାଇଁ ଓ ପ୍ରିୟବ୍ରତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଫାଉଣ୍ଡେସନ ମୁଖ୍ୟଟ୍ରଷ୍ଟି ଦୀନବନ୍ଧୁ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ସମାଜସେବୀ ସୁବ୍ରତ ମହାନ୍ତି, ସମ୍ମାନିତଅତିଥି ରାଜ୍ୟ ପୁସ୍ତକ ମେଳାର ସମ୍ପାଦକ ବିଦୁଭୂଷଣ ପଟ୍ଟନାୟକ, ବିଜେପି ନେତା ସୁବାସ ଜେନା, ଶିବ ମଲ୍ଲିକ, ସାଂସଦଙ୍କ ପ୍ରତିନିଧି ବିଜୟ ମହାରଣା, ପ୍ରଦୀପ୍ତ ମହାନ୍ତି, ଶିକ୍ଷକ ନାରାୟଣ ବେହେରା, ଚକ୍ରଧର ନାୟକ ଓ କାହ୍ନୁ ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରଳୟ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।