ସଂସ୍କୃତ ଦକ୍ଷତା ବିକାଶ କାର୍ଯ୍ୟଶାଳା
ନୀଳଗିରି: କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂଆଦିଲ୍ଲୀ ଏବଂ ଅଖିଳ ଭାରୟ ଅମୃତାବାଣୀ ସେବା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ସାରୁପାଳ ସ୍ଥିତ ଅମୃତ ବିହାର ପରିସରରେ ଏକ ସପ୍ତଦିନାତ୍ମକ ସଂସ୍କୃତ ଦକ୍ଷତା ବିକାଶ କାର୍ଯ୍ୟଶାଳାର ଶୁଭ ଉଦ୍ଘାଟନ ଅନୁଷ୍ଠାନର ପ୍ରତିଷ୍ଠାତା ଡ.କୁମାର ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅମୃତ ବାଣୀ ଶୋଦ୍ଧ ସଂସ୍ଥାନର ଉପନିଦେ୍ର୍ଦଶକ ଡ. ଭୋଳାନାଥ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ଶିକ୍ଷାର ମହତ୍ୱ ଏବଂ ଆଧୁନିକ ସମାଜର ସଂସ୍କୃତର ଆବଶ୍ୟକ ତା’ ବିଷୟରେ ମତବ୍ୟକ୍ତ କରିଥିଲେ । ଅମୃତବାଣୀ ଗୁରୁକୁଳ ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟା ମନାରାଣୀ ପାଲିତ ମୁଖ୍ୟବକ୍ତା, ହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡ. ଗୋବିନ୍ଦ ସୋରେନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଖିଳ ଭାରତ ଅମୃତ ବାଣୀ ସେବା ପ୍ରତିଷ୍ଠାନର ମହାସଚିବ ଜୟ ପ୍ରକାଶ ଶାସ୍ତ୍ରୀ ଏହି କାର୍ଯ୍ୟଶାଳାର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଗୋପାଳଚନ୍ଦ୍ର ବେଦ ଜ୍ୟୋତିର୍ବିଜ୍ଞାନ ବିଦ୍ୟା ପୀଠର ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ ତପନ କୁମାର ପଣ୍ଡା ସଭା ସଞ୍ଚାଳନ କରିଥିବାବେଳେ ଅଧ୍ୟାୟନ ରତ ବ୍ରାହ୍ମଚାରି ମାନଙ୍କ ଦ୍ୱାରା ବେଦ ପାଠ କରାଯାଇଥିଲା । ଏହି ସପ୍ତ ଦିନାତ୍ମକ କାର୍ଯ୍ୟ ଶାଳାର ପଞ୍ଚମ ଦିବସରେ ଅମୃତ ବାଣୀ ଆଦର୍ଶ ଶୋଧ ସଂସ୍ଥାନ ଆନୁକୂଲ୍ୟରେ ତ୍ରି ଦିବସାତ୍ମକ ଜାତୀୟ ପାଣ୍ଡୁ ଲିପି ବିଦ୍ୱାନ ଓ ସମୀକ୍ଷାତ୍ମକ ସମ୍ପାଦନ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ମାଦ୍ରାଜ ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ଉକ୍ତ ଗୁରୁକୁଳ ସଂସ୍ଥାର ନିଦେ୍ର୍ଦଶକ ସିନିରୁଦ୍ଧ ଦାଶ ଏବଂ ଡ. ମମତା ମିଶ୍ରଙ୍କ ଉପସ୍ଥିତିରେ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡ. ମିତାରାଣୀ ଦାଶ, ଡ. ନାରାୟଣ ସାମାଇ, ଅରୁଣ କୁମାର ରଥ, ଦୁଲାଲ କୁମାର ମିଶ୍ର, ଆଦିତ୍ୟ ଉପାଧ୍ୟାୟ, ପର୍ଶୁରାମ ମିଶ୍ର, ରକ୍ଷିତ ପାତ୍ର, ଭବେଶ ମିଶ୍ର, ଡ. ଶଶୀକାନ୍ତ ପରିଡ଼ା, ଜ୍ଞାନରଞ୍ଜନ ବେହେରା, ପଣ୍ଡିତ ଜଗଦେବ ପଣ୍ଡା, ସତ୍ୟନାରାୟଣ ଷଡ଼ଙ୍ଗୀ, ପଣ୍ଡିତ ଲମ୍ବୋଦର ମିଶ୍ର ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମ ଚନ୍ଦ୍ରଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ମହାରାଜା ପୂର୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ, ବାରିପଦା, ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର, କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ, ଆନନ୍ଦପୁର, ପଥ ଦୁର୍ଗା ସଂସ୍କୃତ ମହାବିଦ୍ୟାଳୟ, ଶୀଧେଶ୍ୱର ମହାବିଦ୍ୟାଳୟ, ଆମର୍ଦ୍ଦା ରୋଡ଼, ଶୈଳବାଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ, କଟକ, ଭଞ୍ଜଭୂମି ସଂସ୍କୃତ ମହାବିଦ୍ୟାଳୟ, ମୟୂରଭଞ୍ଜରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।