୧୨ ଗୋରୁ ଉଦ୍ଧାର, ଗାଡି ଭଙ୍ଗାରୁଜା
ଭଦ୍ରକ : ବେଆଇନ ଗୋରୁ ଚାଲାଣ ହେଉଥିବା ନେଇ ଗୋରୁ ବୋଝେଇ ଓଆରଏପି୬୫୦୪ ଜାଇଲୋ ଗାଡି ଭଙ୍ଗାରୁଜା ସହିତ ୧୨ ଗୋରୁ ଉଦ୍ଧାର କରାଯାଇ ଗୋଶାଳାରେ ଛଡ଼ାଯାଇଛି । ଘଟଣା ଘଟିଛି ଗ୍ରାମାଞ୍ଚଳ ଥାନା ନିକଟ ରାନ୍ଦିଆ ବାଲୁଅ ଛକ ରାସ୍ତା ନିକଟରେ । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଥିଲେ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିଥିବାରୁ ଗ୍ରାମାଞ୍ଚଳ ପୁଲିସ ମୃତୟନ ହୋଇଥିଲେ । ଏକ ଜାଇଲୋ ଗାଡିରେ ୧୨ଟି ଗୋରୁ ବୋଝେଇ ହୋଇ ଆନନ୍ଦପୁର ଭଦ୍ରକ ଆସୁଥିବା ବେଳେ ସ୍ଥାନୀୟ ଲୋକମାନେ ଖବର ପାଇ ଗାଡିକୁ ପିଛା କରିଥିଲେ । ଗାଡିକୁ ଏସକର୍ଟ ଦେଉଥିବା ଲୋକଙ୍କ ସହ ପାଟିମୁଣ୍ଡ ହୋଇଥିଲା । ସେମାନେ ବାଇକ ରେ ଖସି ପଳାଇଥିଲେ । ବାଲୁଅ ଛକ ରାସ୍ତା ନିକଟରେ ଗାଡିକୁ ଅଟକାଇବ ସହ ଗାଡି ଭଙ୍ଗାରୁଜା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସକୁ ଖବର ଦେଇଥିଲେ ବି ବିଳମ୍ବରେ ଆସି ପହଁଞ୍ଚିଥିବାରୁ ଗୋ ରକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।