ଆଜିଠାରୁ ୨ ଘଣ୍ଟା ପର୍ଯ୍ୟନ୍ତ ଓପିଡ ବନ୍ଦ 

ଆଜିଠାରୁ ୨ ଘଣ୍ଟା ପର୍ଯ୍ୟନ୍ତ ଓପିଡ ବନ୍ଦ 

ଭୁବନେଶ୍ୱର : ରାଜ୍ୟରେ ୨ ଘଣ୍ଟା ବନ୍ଦ ରହିବ ଓପିଡି । ଆଜିଠାରୁ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ୨ ଗଣ୍ଟା ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବ । ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (ଓମେସା) ତରଫରୁ ଏଭଳ ଚରମ ନିଷ୍ପତ୍ତି ନେଇଛନ୍ତି । ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଆଜିଠାରୁ ବିଭିନ୍ନ ସରକାରୀ ହସ୍ପିଟାଲରେ ସକାଳ ୯ଟାରୁ ଦିନ ୧୧ଟା ଓପିଡି ବନ୍ଦ ରହିବା ଯୋଗୁଁ ସ୍ଥିତି ବିଗିଡ଼ିବ । ଯାହାଫଳରେ ରୋଗୀ ସେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି । ତେବେ ଏଥିରୁ ମେଡିକାଲ କଲେଜକୁ ବାଦ ଦିଆଯାଇଛି । ୨ ଘଣ୍ଟା ଓପିଡ଼ି ବନ୍ଧ ହେବା ଯୋଗୁଁ ଦିର୍ଘ ସମୟ ଧରି ରାଗୀମାନେ ଚିକିତ୍ସା ପାଇଁ ମେଡ଼ିକାଲ ବାହାରେ ଧାଡ଼ି କରି ଠିଆ ହୋଇଛନ୍ତି । 

   ଓମେସା ପକ୍ଷରୁ କଳାବ୍ୟାଚ୍‌ ପିନ୍ଧି ଗତ ୨୬ ତାରିଖରୁ ୧୦ ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ । ପୂର୍ବରୁ ୧୦ରୁ ୧୧ଟା ଘଣ୍ଟାଏଁ ଲେଖାଏଁ ଓପିଡି ବନ୍ଦ ଜାରି ରଖିଥିଲେ । ହେଲେ ସରକାର ଦାବି ପୂରଣ ସମ୍ପର୍କରେ ସେଭଳି କୌଣସି ନିଷ୍ପତ୍ତି ଗ୍ରହଣ କରିନଥିବାରୁ ବାଧ୍ୟ ହୋଇ ଓମେସା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଡାକ୍ତରମାନେ ଓପିଡ଼ି ବନ୍ଦ ସମୟକୁ ୧ ଘଣ୍ଟାରୁ ୨ ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଡ଼ାକ୍ତରମାନେ ଏହି ଆନ୍ଦୋଳନ କରିବା କାରଣରୁ ରାଗୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।