କପାଳୀ ନଦୀର ସଂସ୍କାର ପାଇଁ ଦାବି  

କପାଳୀ ନଦୀର ସଂସ୍କାର ପାଇଁ ଦାବି  


ଭଦ୍ରକ: - ସାମୁଦ୍ରୀକ ଝଡ଼ ଦାନା ପ୍ରଭାବରେ ବନ୍ତ ବ୍ଲକରେ ପ୍ରବାହିତ ହୋଇଥିବା କପାଳୀ ନଦୀର ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ଗ୍ରାମ୍ୟର ରାସ୍ତା  ଓ କୃଷି କ୍ଷେତ୍ର ଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହେଉଛି । କେତେକ ପଂଚାୟତ ଦେଇ ପ୍ରବାହିତ ହୋଇଥିବା  କପାଳୀ  ନଦୀର ଜଳ ଠିକ୍ ରୂପେ ନିଷ୍କାସନ ହୋଇ ନପାରି କୃତ୍ରୀମ ବନ୍ୟାର ରୂପ ଧାରଣ କରୁଛି । ଏହି ନଦୀ ର  ଅସଂଖ୍ୟ ବାଙ୍କ ଥିବାରୁ   ଲଗାଣ ବର୍ଷା ଫଳରେ  ଏହି ନଦୀରେ କୃତ୍ରୀମ ବନ୍ୟା ର ରୂପ ନେଇଛି ।ଏହାର ପ୍ରଭାବରେ ନଦୀ ପାର୍ଶରେ ଥିବା ଚାଷଜମି ଓ ଏହା ପାଖରେ  ବାସକରୁଥିବା ସାହି ଯଥା - ବସନ୍ତିଆ ପଂଚାୟତର ମନୋହରପୁର, ରାମଚନ୍ଦ୍ରପୁର ପଂଚାୟତର କରାଣ୍ଡିଗଢିଆ, ଗୋବିନ୍ଦପୁର, ପାନପଦୀ, ନିମପଡ଼ା, ବନ୍ତ ପଂଚାୟତର ନରସିଂହପୁର, ରଘୁନାଥପୁର, ଦୋଳପଦୀ, ବାଙ୍ଗୋରପଦୀ, ଜଗଦୀଶପୁର, ଗଭରପୁର, ଟିଲୋ ପଂଚାୟତର ଶାଳକଣିଆଁ  , ସଖିପାଟଣା, ପୋଡାପାଟଣା, ଭୁବନେଶ୍ୱରପୁର ଶାସନ, ତ୍ରିକୋଣା, ନିଳୋକ ପଂଚାୟତର ପଡ଼ିଆପଡ଼ା, ଗଣିଜାଙ୍ଗ ପଂଚାୟତର କନ୍ତିଆ ,ନାରାୟଣପୁର ଏବଂ ରାମକୃଷ୍ଣପୁର ଓ ରାମପୁର  ଆଦି ମୈାଜାର ର ନଦୀପାଶ୍ୱର୍ରେ  ଥିବା ଚାଷ ଜମି ଉପରେ ଏହାର ପ୍ରଭାବ ପଡଛିି । ନଦୀପାଖରେ ବସବାସକରୂୁଥିବା ବ୍ୟକ୍ତିିବିଶେଷ ମାନଙ୍କୁ ବିଭିନ୍ନ ନିରାପଦ ସ୍ଥାନରେ ରଖାଯାଇ ପ୍ରଶାସନ ପକ୍ଷରୁ ଖାଦ୍ୟ ପ୍ରଦାନ କରାଯାଉଛି । ଏହା ଅଷ୍ଟବାଙ୍କ ହୋଇ ପ୍ରବାହିତ ହୋଇଥିବାରୁ ଓ ଏହା ପୋତି ହୋଇପଡ଼ିଥିବାରୁ ମାନ୍ୟବର ସାଂସଦ ସ୍ୱର୍ଗତ ଅଜୁନ ଚରଣ ସେଠୀ ଯେଉଁ ସମୟରେ କେନ୍ଦ୍ର ରେ ଜଳସଂପଦ ବିଭାଗର ମନ୍ତ୍ରୀ ଥିଲେ ସେ  ସମୟରେ  ଏହାର ଖନନ ପାଇଁ  ସରକାରୀ ସ୍ତରରେ ‘କପାଳୀ ସଂସ୍କାର’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା ।କିନ୍ତୁ ଏହି ଯୋଜନା ସଂପୂର୍ଣ୍ଣ ନହୋଇ  ଅଧା ପନ୍ତରିଆ ଭାବେ ବଂଦ ରହିଗଲା  । ଯେଉଁ କିଛି ଅଂଶ ଖନନ ହୋଇଥିଲା  ତାହା ମଧ୍ୟ ବନ୍ୟାର   ପକୋପରେ ପୋତି ହୋଇ ଯିବା ସହ ନଦୀ ର ପାଶ୍ୱର୍ ଓ ମଧ୍ୟମସ୍ତଳ ରେ ବିଲାତି କଳମ ଓ ଗୁଳ୍ମ ଜାତୀୟ  ବୁଦା ମାନ ସୃଷ୍ଟି ହେବା ଫଳରେ ଜଳନିଷ୍କାସନରେ ନାନା ସମସ୍ୟା ସାଜିଛି । ଯାହା ଫଳରେ ଏହା ‘ଯଥାପୂର୍ବଂ ତଥା ପରଂ’ ପରି  ବର୍ତମାନ ଅବସ୍ଥାକୁ ଗତିକରିଛି  । ଟିଲୋପଂଚାୟତର ପୋଡ଼ାପାଟଣା ଠାରେ ଥିବା ସଂଙ୍କୁଚିତ ପୋଲ ରେ ଜଳସୁଚାରୁରୁପେ ନିଷ୍କାସିତ ନହୋଇ ତଳିଆ ଅଂଚଳ ଜଳ ପ୍ଲାବିତ ହେଉଛି । ଏହାର ପ୍ରତିକାର ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି  ହେଉଛି ।