ଜୟଦେବ ଜୟନ୍ତୀ ପାଳିତ
ଭଦ୍ରକ : ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତି-୨୦୨୫ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିକ୍ରା, ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶାଶ୍ୱତ ପଟ୍ଟନାୟକ, ପଣ୍ଡିତ ତୌରି ମହାପାତ୍ର, ପ୍ରାଧ୍ୟାପକ ଆଖଣ୍ଡଳମଣି +୨ ମହାବିଦ୍ୟାଳୟ ନିହାର ରଞ୍ଜନ କର, ଅଧ୍ୟକ୍ଷ ବେଷ୍ଟ ଇଞ୍ଜିନିୟରିଂ କଲେଜ ରବୀନ୍ଦ୍ର ଜେନା ଜୟଦେବଙ୍କ ମହାନତା ଓ ଗୀତ ଗୋବିନ୍ଦ ବିଷୟରେ ଆଲୋଚନା କରିଥିଲେ ।