ମା’ ଦୁର୍ଗାଙ୍କ ପାର୍ବଣ ପୂଜା ପାଇଁ ମାଟି ଅନୁକୂଳ
କାକଟପୁର : ଅସ୍ତରଙ୍ଗ ବ୍ଲକର ପ୍ରସିଦ୍ଧ ମା’ ଦୁର୍ଗାଙ୍କ ପାର୍ବଣ ପୂଜା ପାଇଁ ରବିବାର ଦିନ ମା’ଙ୍କ ମୃଣୟ ମୂର୍ତ୍ତି ନିର୍ମାଣ କରିବା ପାଇଁ ମାଟି ଅନୁକୂଳ ହୋଇଯାଇଛି । ମା’ଙ୍କ ପୂଜା ମଣ୍ଡପ ଠାରୁ କର୍ମକର୍ତ୍ତା ,ବ୍ରାହ୍ମଣ କ୍ଷେତ୍ରବାସୀ ପଣ୍ଡା,ମଙ୍ଗରାଜ କର, ବିଶ୍ୱଜିତି ମିଶ୍ର ପ୍ରମୁଖ ଏକ ଶୋଭାଯାତ୍ରାରେ ବାହାରି ଭଉଁରିଆ ନଦୀ ପଠାରେ ପହଞ୍ଚି କର୍ତ୍ତା ପବିତ୍ର ମୋହନ ମହାନ୍ତି ନଦୀ ଗର୍ଭରେ ବୁଡ଼ ପକାଇବା ସହିତ ହାତରେ ମାଟି ଆଣିଥିଲେ । ପ୍ରତି ବର୍ଷ ଷୋଳପୂଜା ଦିନ ମାଙ୍କ ପାଇଁ ମାଟି ଅନୁକୂଳ ହୋଇଥାଏ । ମାଙ୍କ ମୃଣୟ ମୂର୍ତ୍ତି ତିଆରି ସମ୍ପୂର୍ଣ୍ଣ ହୋଇସାରିବା ପରେ ବେଲ ବରଣୀ ହେବା ପରେ ସପ୍ତମୀ ଠାରୁ ଦଶମୀ ତିଥି ମଧ୍ୟରେ ଚଣ୍ଡୀ ପାଠ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ନୀତି ସମ୍ପନ୍ନ ହୋଇଥାଏ । ପାଞ୍ଚ ଦିନ ବ୍ୟାପି ମାଙ୍କ ପୀଠରେ ପୂଜା କାର୍ଯ୍ୟ ହୋଇଥାଏ । ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମହିଳାମାନେ ମଣ୍ଡପକୁ ଆସି ମାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ମା ଦୁର୍ଗା କ୍ଲବର ସଭାପତି ତଥା ଆଇନଜୀବୀ ଦିବ୍ୟଦର୍ଶୀ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥାଏ ।ବରିଷ୍ଟ ସଭ୍ୟ ତାହା ପୂର୍ବତନ କର୍ତ୍ତା ପୁରନ୍ଦର ବେହେରା, ଦୁଷ୍ମନ୍ତ ପରିଡା, ପ୍ରକାଶ ବେହେରା, ଯୁଗଳ ମହାନ୍ତି,ରବୀନ୍ଦ୍ର ପରିଡା, ଜିତେନ ବସ୍ତିଆ,ଦେବେନ୍ଦ୍ର ପରିଡା, ଭ୍ରମରବର ମହାନ୍ତି,ରବୀନ୍ଦ୍ର ମହାନ୍ତି,ବେଣୁଧର ସାହୁ, ରାକେଶ ମହାନ୍ତି, ତପନ ଛାଟୋଇ, ମୁଥୁନ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।