ବିନା ୱାର୍କରରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର
ଗୋପରୁ ବରେନ କୁମାର ସେନାପତି: ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଗୋପ ପଞ୍ଚାୟତର ହେର୍ଡ କ୍ୱାର୍ଟରରେ ଥିବା ଅଙ୍ଗନବାଡି କେନ୍ଦ୍ରଟିରେ ଦୀର୍ଘ ବର୍ଷଧରି ୱାର୍କର ପଦବୀ ଖଲି ପଡିଛି । ଏହି ଅଙ୍ଗନବାଡି କେନ୍ଦ୍ରରେ ଗତ ୧୪/୦୯/୨୦୨୧୩ ମସିହା ଠାରୁ ଅଙ୍ଗନବାଡି ୱାର୍କର ନାହାନ୍ତି । ଏହା ଗୋପ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ନିଜସ୍ୱ ଗୃହରେ ଚାଲୁଚି ସତ କିନ୍ତୁ ଜଣେ ଶିକ୍ଷିତ ୱାର୍କର ଦ୍ୱାରା ଯାହା ସମ୍ଭବ ତାହା କଣ ଜଣେ ହେଲପର ପକ୍ଷ୍ୟ ସମ୍ଭବ ହୋଇପାରିବ । ଏହା ଭିତରେ ଅନେକ କିଛି ପରିବର୍ତ୍ତନ ହୋଇଗଲାଣି ସତ, କିନ୍ତୁ ଗୋପରେ ଥିବା ଅଙ୍ଗନବାଡି କେନ୍ଦ୍ର-୨ ର ଭାଗ୍ୟ ପରିବର୍ତ୍ତନ ହୋଇପାରିଲା ନାହିଁ । ଏଠାରେ କାର୍ଯ୍ୟରତ ୱାର୍କରଙ୍କ ବିୟୋଗ ହେବା ପରେ ତାଙ୍କ ସ୍ଥାନରେ ନୂତନ ୱାର୍କର ନିଯୁକ୍ତି ଦିଆଗଲା ନାହିଁ । ଏ ସମ୍ପର୍କରେ ବ୍ଲକରେ ଥିବା ବିଭାଗୀୟ ଅଧିକାରିଣୀ କୌଣସି ସନ୍ତୋଷଜନ ଉତ୍ତର ଦେବାକୁ ଅସମର୍ଥ ପ୍ରକାଶ କରିଥିଲେ । ଉକ୍ତ କେନ୍ଦ୍ରରେ ୱାର୍କର ନିଯୁକ୍ତି କେବେ ମିଳିବ ତାହା ମଧ୍ୟ କହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଆହୁରି ମଧ୍ୟ କହିଥିଲେ ଯେ, ମୋ ପୂର୍ବରୁ ୮ ଜଣ ସିଡିପିଓ ଆସି ଗଲେଣି, କିନ୍ତୁ ସେମାନେ ଚାହିଁଥିଲେ ହୁଏତ କିଛି ଗୋଟେ ହୋଇପାରିଥାନ୍ତା । ଏବେ ମୁଁ ଆସିଲାପରେ କଟକର ହାଇକୋର୍ଟ ଓ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯିବା ସତ୍ତ୍ୱେ ସୁଫଳ ମିଳିପାରିଲା ନାହିଁ । କାହିଁକି ଉକ୍ତକେନ୍ଦ୍ରରେ ୱାର୍କର ନିଯୁକ୍ତି ଦିଆଯାଉନାହିଁ ସେ ସମ୍ପର୍କରେ ଉପ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିପାରନ୍ତି ବୋଲି ଗୋପ ବ୍ଲକରେ ଥିବା ସିଡିପିଓ କହିଥିଲେ । ଏହି ଅଙ୍ଗନବାଡି କେନ୍ଦ୍ର ଉପରେ ଗୋପ ପଞ୍ଚାୟତ ପ୍ରାୟ ୩ଟି ୱାର୍ଡର ଛାତ୍ରଛାତ୍ରୀ ନିର୍ଭର କରନ୍ତି । ଯେତେବେଳେ ଅଣ୍ଡା କି ଛତୁଆ ଦିଆଯାଏ ସେତେବେଳେ ହେଲଫରଙ୍କ ଦ୍ୱାରା ସୂଚିତ କରାଯାଏ । ନଚେତ ଅନ୍ୟ ସମୟରେ ଉକ୍ତକେନ୍ଦ୍ରଟି ବନ୍ଦ ରହିଥାଏ । ଏହାଦ୍ୱାରା ଅନ୍ୟ କେନ୍ଦ୍ରରେ ପିଲାଙ୍କୁ ନେଇ ଅବିଭାବକ ମାନେ ପାଠ ପଡାଉଛନ୍ତି । ଏବେ ଅଧିକାଂଶ ଯୋଜନାରେ ଅଙ୍ଗନବାଡି ଦିଦିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ସତ୍ତ୍ୱେ ଗୋପ ଅଙ୍ଗନବାଡି କେନ୍ଦ୍ର-୨ ରେ ୱାର୍କର ନାହାନ୍ତି । ଏଣୁ ସାଧାରଣରେ ଦାବି ହେଉଛି କି ଖାଲିଥିବା ଉକ୍ତ ଅଙ୍ଗନବାଡି କେନ୍ଦ୍ରର ୱାର୍କର ପଦବୀରେ ନୂତନ ୱାର୍କର ନିଯୁକ୍ତି ପ୍ରଦାନ କରାଯାଉ ।