ମୋବାଇଲ ଚୋର ଗିରଫ


ାା ପ୍ରଭାନୁ୍ୟଜ୍ ।ା ପୁରୀ, : ଜଣେ ବସ୍ ହେଲ୍ପରଙ୍କୁ ଧକ୍କା ମାରି ମୋବାଇଲ ଫୋନ ଛଡ଼ାଇ ନେଇଥିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୋଲିସ ବାଲିକୁଦ ରାମଚଣ୍ଡୀ ସାହିର ସ୍ୱର୍ଗତ କମଳ ଲୋଚନ ମଲ୍ଲିକଙ୍କ ପୁଅ ଦିଲ୍ଲୀପ କୁମାର ମଲ୍ଲିକ ଓରଫ ରାଜା (୨୮)କୁ ଗିରଫ କରି କୋର୍ଟ ଚାଲାଣ କରଯାଇଛି । ତା ଠାରୁ ଏକ ରେଡ଼୍ ମି ନାଇନ୍ ମୋବାଇଲ ଫୋନ୍ ଜବତ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ କାଳିଆ କାହ୍ନୁ ବସ୍ରେ ହେଲ୍ପର ରୂପେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଉଲୁଦାନ ଗ୍ରାମର କାହ୍ନୁ ପ୍ରଧାନ ଗତ ୧୪ ତାରିଖ ଦିନ ବସ୍ ନିକଟରେ ମୋବାଇଲ ଫୋନ୍ରେ କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ରାଜା ପଛରୁ ଆସି ତାଙ୍କୁ ଧକ୍କା ଦେଇଥିଲା ଓ ସେ ପଡ଼ିଯିବାରୁ ତାଙ୍କ ଠାରୁ ମୋବାଇଲ ଫୋନ୍ଟି ଛଡ଼ାଇ ନେଇ ଚମ୍ପଟ ମାରିଥିଲା । କାହ୍ନୁ ହଲା କରିବାରୁ ଲୋକମାନେ ଏକାଠି ହୋଇ ରାଜାକୁ ଗୋଡ଼ାଇ ଗୋଡ଼ାଇ ଧରି ପୋଲିସ ଜିମା ଦେଇଥିଲେ । ପିସିଆର ଭ୍ୟାନର ପୋଲିସ ଘଟଣା ସ୍ଥଳରେ ପହଞ୍ଚô ରାଜାକୁ ଗିରଫ କରିବା ସହ ତା’ ଠାରୁ ମୋବାଇଲ ଫୋନ୍ଟି ଜବତ କରିଥିଲେ । ଗୁରୁବାର ଦିନ ରାଜାକୁ କୋର୍ଟଚାଲାଣ କରାଯାଇଛି । ଏ ସଂକ୍ରାନ୍ତରେ ବି.ଏନ୍.ଏସ୍ର ୩୦୯(୬) ଦଫାରେ ୨୪୫/୨୦୨୪ ନମ୍ବର ମାମଲା ରୁଜୁ କରାଯାଇଛି ।