ମା' ମଙ୍ଗଳା ମହୋତ୍ସବର ଅନ୍ତିମ ସନ୍ଧ୍ୟା
କାକଟପୁର : ପୁରୀଜିଲ୍ଲା କାକଟପୁରର ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ତିନିଦିନିଆ ମା ମଙ୍ଗଳା ମହୋସôବ ଉଦଯାପିତ ହୋଇଯାଇଛି । ଉଦଯାପନ ସନ୍ଧ୍ୟାରେ ଅତିଥି ଭାବେ ସ୍ଥାନୀୟ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ଆୟୋଜକ କମିଟିର ସଭାପତି ଇଂ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା କମିଟି ସମ୍ପାଦକ ସ୍ୱାଧୀନ କୁମାର ନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ତଥା କମିଟିର କାର୍ଯ୍ୟକାରୀ ସଭାପତି ସ୍ୱପ୍ନେଶ୍ୱର ସାହୁ ଯୋଗ ଦେଇଥିବାବେଳେ ସଙ୍ଗୀତ ନିଦେ୍ର୍ଦଶକ ଅଭିଜିତ ମଜୁମଦାର ଓ ତାଙ୍କ ଗ୍ରୁପ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷାବିତ ପ୍ରତାପ କୁମାର ରାଉତ ଓ ଶୋଭନା ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ତିନି ଦିନ ଧରି ଚାଲିଥିବା ମହୋସôବକୁ ହଜାର ହଜାର ଲୋକ ଉପଭୋଗ କରିଥିଲେ । ଶେଷରେ ମା ମଙ୍ଗଳା ସମ୍ମାନରେ ରାମଚନ୍ଦ୍ର ଦିକ୍ଷୀତ, ସର୍ଦ୍ଦାର ଗତିକୃଷ୍ଣ ସ୍ୱାଇଁ ସମ୍ମାନରେ ଡ଼କ୍ଟର ଭରତ ପଣ୍ଡା ଓ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନରେ ଗୋଟିପୁଅ ନୃତ୍ୟ ଗୁରୁ ଲିଙ୍ଗରାଜ ବାରିକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
