ଜିଲ୍ଳାସ୍ତରୀୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ
ପୁରୀ,: ପୁରୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର, ଅତିରିକ୍ତ ଏସ୍.ପି ବିଷ୍ଣୁ ପ୍ରସାଦ ପତି, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଦାସ, ସୁକାନ୍ତ କୁମାର ମହାନ୍ତି, କିଟ୍ ଓ କିସ୍ର ମାନବ ସମ୍ବଳ ମହାନିଦେ୍ର୍ଦଶକ ଶିବାନନ୍ଦ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ କଳିଙ୍ଗ ଟିଭିର ସିନିୟର ରିପୋର୍ଟର ଶୈଳେନ୍ଦ୍ର ଆଚାର୍ଯ୍ୟ । ୨୦୧୩ ମେ ୧୭ ତାରିଖରେ ବିଶିଷ୍ଟ ସମାଜସେବୀ ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ଼କ୍ଟର ଅଚୁ୍ୟତ ସାମନ୍ତ ଆର୍ଟ ଅଫ ଗିଭିଙ୍ଗ ଆରମ୍ଭ କରିଥିଲେ । ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ ଓ ଆବଶ୍ୟକ ସମୟରେ ସହଯୋଗର ହାତ ବଢାଇବା ଆର୍ଟ ଅଫ ଗିଭିଙ୍ଗର ମୂଳ ଉଦେ୍ଦଶ୍ୟ । ଏହି ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମରେ ପୁରୀ ସହରର ବିଭିନ୍ନ ଅନୁଷ୍ଠାନର ୩୦୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଯୋଗଦେଇଥିଲେ । ଅତିଥିମାନେ ଡ଼କ୍ଟର ସାମନ୍ତଙ୍କ ପରିକଳ୍ପିତ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ବସ୍ତୁବାଦୀ ଦୁନିଆରେ ବ୍ୟକ୍ତିବିଶେଷ ନିଜ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଦାନ କରିବାର କଳା ଶିଖି ଏହାକୁ ବ୍ୟବହାର କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ ।ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ପ୍ରେରଣା ପାଇଥିବା ଛାତ୍ର ଅନ୍ନପୂର୍ଣ୍ଣା ରଥ ଓ ଡ଼କ୍ଟର ଦେବେନ୍ଦ୍ର କୁମାର ଛୋଟରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କିଟ୍ ଓ କିସ୍ର ମାନବ ସମ୍ବ