ଖଣ୍ଡାରେ ଆକ୍ରମଣ; ଦୁଇ ଗିରଫ

 ଭୁବନେଶ୍ୱର:  ନୟାପଲ୍ଲୀ ପୋଖରୀ ପାଖରେ ବସିଥିବା ଦୁଇ ବନ୍ଧୁଙ୍କୁ ସାମାନ୍ୟ କଥାକୁ ନେଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବେହେରା ସାହିର ପ୍ଲଟ ନଂ ୭୧୬ର ଜ୍ଞାନ ରଞ୍ଜନ ବେହେରା ଓରଫ ଷଣ୍ଡ (୩୪) ଓ ବେହେରା ସାହିର ପ୍ଲଟ ନଂ ୬୮୯/୦୫ରେ ରହୁଥିବା ବାଦଲ ରାଉତ ଓରଫ ବାଦଲ (୨୧) । ଗିରଫ ଦୁଇ ଅଭିଯୁକ୍ତ ଗତ ୮ ତାରିଖ ସନ୍ଧ୍ୟାରେ ନୟାପଲ୍ଲୀ ପୋଖରୀ ପାଖରେ ବସିଥିବା ଦୁଇ ଜଣ ବନ୍ଧୁଙ୍କ ନିକଟରେ ପହଞ୍ଚି ସେମାନେ ସେଠାରେ କାହିଁକି ବସିଛନ୍ତି ବୋଲି ପଚାରିବା ସହ ଉଭୟ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମାମଲାରେ ଉଭୟ ବନ୍ଧୁ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।