ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା

 ଆଠଗଡ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି ତିଗିରିଆର ବିନ୍ଧାଣିମା ଗାଁ । ଏଠାକୁ ବିଶ୍ୱାସ ନେଇ ହଜାର ହଜାର ଭକ୍ତ ଆସିଥାନ୍ତି ନିଜର ଶିଶୁମାନଙ୍କୁ ନେଇ ଏବଂ ଶିଶୁମାନଙ୍କର ମୁଣ୍ଡନ କରିବା ସହିତ ମା’ଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରି ପିଲାମାନଙ୍କ ଶୁଭ ମନାସିଥାନ୍ତି । ଏହି ପ୍ରଥା ଚଳିଆସୁଛି କାହିଁ କେତେ ବର୍ଷରୁ ।  ଲୋକ କଥା ଅନୁଯାୟୀ, ୧୮୬୦ ମସିହାରେ ଲକ୍ଷ୍ମୀପ୍ରିୟା ସାହୁ ନାମକ ଜୈନିକ ମହିଳା ତାଙ୍କ ପରିବାର ସହିତ ଅନୁଗୁଳରୁ ଆସି ବିନ୍ଧାଣିମା ଗ୍ରାମରେ ବସବାସ କରୁଥଲେ ଏବଂ ଲକ୍ଷ୍ମୀ ସାଙ୍ଗରେ ଆଣିଥିବା ମା’ଙ୍କ ମୂର୍ତ୍ତିକୁ ପ୍ରଥମେ ନିଜ ଘରେ ପୂଜାର୍ଚ୍ଚନା କରୁଥିଲେ । ଏବଂ ପ୍ରଥମେ ଗ୍ରାମର ମହିଳାମାନେ ସନ୍ତାନ ଲାଭ ପାଇଁ ଲୋଭୀ ମା’ଙ୍କ ଠାରେ ମାନସିକ କରି ଫଳବ୍ରତୀ ହୋଇଥିଲା । ଏହି କଥା କ୍ରମାଗତ ଭାବେ ଚାରିଆଡେ ବ୍ୟାପୀ ଥିଲା । ଫଳରେ ମା’ଙ୍କ ଠାରେ ବ୍ରତୀମାନଙ୍କର ସଂଖ୍ୟା ବଢିବାରେ ଲାଗିଥିଲା । ଏହାକୁ ଦେଖି ଗ୍ରାମବାସୀ ମାନଙ୍କ ପକ୍ଷରୁ ଗ୍ରାମର ହାଟରେ ଏକ ମନ୍ଦିର ନିର୍ମାଣ କରି ମା’ଙ୍କ ମୂର୍ତ୍ତିସ୍ଥାପନ ସହିତ ପୂଜାର୍ଚ୍ଚନା କଲେ । ମା’ଙ୍କ ନିଦେ୍ର୍ଦଶ ଅନୁଯାୟୀ ବର୍ଷର ୩୬୪ ଦିନ ମା’ଙ୍କ ମନ୍ଦିର ସର୍ବସାଧାରଣ ପାଇଁ ବନ୍ଦ ରହୁଥିଲା ଏବଂ କେବଳ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ହିଁ ମା’ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବିଶ୍ୱାସକୁ ନେଇ ଶ୍ରଦ୍ଧାଳୁମାନେ ମାନସିକ କରିବା ସହିତ ମାନସିକ ପୂରଣ ହେଲା ପରେ କାର୍ତ୍ତିକ ପୂର୍ଣ୍ଣିମାରେ ମା’ଙ୍କ ପାଖକୁ ଆସି ପୁଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି ।