ବାଙ୍କୀ ଏନ୍ଏସିରେ ପାନୀୟ ଜଳ ସଙ୍କଟ
ବାଙ୍କୀ: ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ମହାନଦୀରେ ସ୍ଥାପିତ ପାଣି ଟାଙ୍କିରୁ ବାଙ୍କୀ ଏନ୍.ଏ.ସିର ସମସ୍ତ ୧୭ଗୋଟି ୱାର୍ଡକୁ ପିଇବା ପାଣି ଯୋଗାଇ ଦିଆଯାଇଥାଏ । ବର୍ତ୍ତମାନ ମହାନଦୀ ବାଲିରେ ଏହି ପ୍ରକଳ୍ପଟି ପୋତି ହୋଇଯିବା ସହ ପାଣି ଯୋଗାଣ ହୋଇପାରୁ ନାହିଁ । ଯାହା ଫଳରେ ଏନ୍.ଏ.ସି ଅଞ୍ଚଳରେ ପ୍ରାୟ ୨୦ହଜାର ଅଧିବାସୀ ପିଇବା ପାଣି ସଠିକ୍ ଭାବରେ ଯୋଗାଣ ହୋଇପାରୁନଥିବାରୁ ଜନସାଧାରଣ ବିଶେଷ ଭାବରେ ଅସୁବିଧା ଭୋଗୁଛନ୍ତି । ଏହା ସହିତ ମହାନଦୀ ଶୁଖି ବାଲିଶଯ୍ୟା ହୋଇଥିବାରୁ ପାଣି ଯୋଗାଇବାରେ ଅସୁବିଧା ଦେଖାଦେଇଛି । ବିଭାଗ ପକ୍ଷରୁ ମେସିନ୍ ସାହାଯ୍ୟରେ ବାଲିକୁ ଖୋଳାଯାଇ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।