ମାଓ କ୍ୟାମ୍ପ ଠାବ : ବିସ୍ଫୋରକ ସମଗ୍ରୀ ଜବତ
ନୂଆପଡ଼ା : ଓଡ଼ିଶା ସୀମା ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରେ କୁମ୍ବୀ ଅପରେସନ ସମୟ ରେ ଏକ ମାଓ କ୍ୟାମ୍ପ ଠାବ କରି ସେଠାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଆଜି ନୂଆପଡ଼ା ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡି ସୁଚନା ଦେଇଛନ୍ତି । ନିଦ୍ଧିଷ୍ଟ ଗୋଇନ୍ଦା ସୂତ୍ରରୁ ଖବର ପାଇ ନୁଆପଡ଼ା ପୁଲିସ ମିଳିତ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଡିଭିଏଫ ଫୋର୍ସ ଦ୍ୱାରା ସିନାପାଲି ଥାନା(ଓଡ଼ିଶା-ଛତିଶଗଡ଼) ସୀମା ଅନ୍ତର୍ଗତ ନାରାୟଣ ଡୋଙ୍ଗରୀ ପାହାଡ ରୁ ଏକ ମାଓକ୍ୟାମ୍ପ ଠାବ କରି ସେଠାରୁ ଗୋଟିଏ ଟିଫିନ୍ ଆଇଇଡି, ୨୦ଖଣ୍ଡ ଜିଲେଟିନ ଷ୍ଟିକ୍, ଇଲେଟ୍ରିକ ଡିଟୋନେଟର, ବିଦୁ୍ୟତ ତାର, ଟର୍ଚ୍ଚ ଲାଇଟ,ପଲିନ ସିଟ ସହ ଅନ୍ୟାନ୍ୟ ମାଓ କ୍ୟାମ୍ପ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଟିଫିନ୍ ଆଇଇଡି ସୂଚାଇ ଦେଉଛି ଯେ ପୁଲିସ ବାହିନୀ ଉପରେ କିଛି ବଡ ହିଂସାତ୍ମକ ଅଘଟଣ ଘଟାଇବା ଉଦେ୍ଧଶ୍ୟ ରେ ମାଓବାଦୀମାନେ ନାରାୟଣ ଡୋଙ୍ଗରି ପାହାଡ ରେ ମେଳିବାନ୍ଧୀ ବୈଠକ କରିଥିଲେ । ନୂଆପଡ଼ା ପୁଲିସର ସମୟୋଚିତ ସତର୍କତା ଅବଲମ୍ବନ ଦ୍ୱାରା ଏକ ନିର୍ଦ୍ଧିଷ୍ଟ ଆକ୍ରମଣ ପୁର୍ବରୁ ମାଓବାଦୀଙ୍କ ଯୋଜନାକୁ ଭଣ୍ଡୁର କରିବାରେ ସକ୍ଷମ ହୋଇଛନ୍ତି । ମାଓକ୍ୟାମ୍ପ ଠାବ ପରେ ଉପରୋକ୍ତ ଅଞ୍ଚଳରେ କୁସିଂ ଅପରେଶନ ଜୋରଦାର କରାଯାଇଛି ।