ପିଏମ ସୂର୍ଯ୍ୟଘର ପାଇଁ ୭୮ ହଜାର ସହାୟତା
ଭୁବନେଶ୍ୱର: ପିଏମ ସୂର୍ଯ୍ୟଘର ପାଇଁ ୭୮ ହଜାର ଟଙ୍କାର ସହାୟତା ମିଳିବ । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କେ ଭି ସିଂହଦେଓ ।
ଶ୍ରୀ ସିଂହଦେଓ କହିଛନ୍ତି ଯେ ପିଏମ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ଦ୍ୱାରା ବିଜୁଳି ମିଳିବ । ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ସହାୟତା ମିଳିବ । ଏହି ଯୋଜନାରେ ସୋଲାର ପ୍ଲାଣ୍ଟ ପାଇଁ ୭୮ ହଜାର ଟଙ୍କାର କେନ୍ଦ୍ରୀୟ ସହାୟତାର ବ୍ୟବସ୍ଥା ରହିଛି । ଏଥିରେ ଉପଭୋକ୍ତା ମାସିକ ୩ଶହ ୟୁନିଟ ବିଦୁ୍ୟତ ଉପଯୋଗ କରିପାରିବେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।