ନ୍ୟାୟପାଳିକାରେ ବିରଳ ଘଟଣା : ନିଜ ରାୟ ଫେରାଇନେଲେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: ନ୍ୟାୟପାଳିକାରେ ବିରଳତମ ଘଟଣା । ନିଜେ ଦେଇଥିବା ରାୟ ଫେରାଇ ନେଇଛନ୍ତି ସୁପ୍ରିମକୋର୍ଟ । ଆଉ ପୂର୍ବରୁ ଦେଇଥିବା ରାୟକୁ ଖାରଜ କରି ଗୋଟିଏ ଶିଶୁକୁ ନିଜ ମା’ କୋଳକୁ ଫେରାଇ ଦେଇଛନ୍ତି । ଗୋଟିଏ ୧୩ ବର୍ଷର ଶିଶୁ ମା’ଠାରୁ ଅଲଗା ହୋଇ ମାନସିକ ଚାପରେ ରହୁଥିଲା । ଆଉ ମନସ୍ତତ୍ତ୍ୱବିତ୍ଙ୍କ ରିପୋର୍ଟକୁ ହୃଦୟଙ୍ଗମ କରି ଶେଷରେ ସର୍ବୋଚ୍ଚ ଅଦାଲତ ନିଜର ରାୟ ଫେରାଇ ନେବା ସହ ସେଇ ୧୩ବର୍ଷର ନାବାଳକକୁ ମା’କୁ ଫେରାଇ ଦେଇଛନ୍ତି ।
ଘଟଣା ଅନୁସାରେ ୨୦୨୪ରେ ଏକ ପାରିବାରିକ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ସମ୍ପୃକ୍ତ ୧୩ ବର୍ଷର ଶିଶୁର ଲାଳନପାଳନ ଦାୟିତ୍ୱ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା । ଅର୍ଥାତ୍ ପତିପତ୍ନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଯୋଗୁ ଉଭୟଙ୍କର ଥିବା ଏକ ୧୩ ବର୍ଷୀୟ ସନ୍ତାନ କାହାପାଖରେ ରହିବ ତାହାକୁ ନେଇ କେରଳ ହାଇକୋର୍ଟରେ ମାମଲା ଚାଲିଥିଲା । ମାମଲାର ବିଚାର କରି କେରଳ ହାଇକୋର୍ଟ ହିଁ ନାବାଳକଙ୍କୁ ବାପାଙ୍କ ନିକଟରେ ରହିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସମ୍ପୃକ୍ତ ନାବାଳକଙ୍କ ମା’ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟକୁ ବଜାୟ ରଖି ନାବାଳକଙ୍କ ବାପାଙ୍କୁ ସ୍ଥାୟୀ ଲାଳନପାଳନ ଦାୟିତ୍ୱ ଦେଇଥିଲେ । କିନ୍ତୁ ନାବାଳକଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ବୋଲି ତାଙ୍କ ମା’ ଯୁକ୍ତି ରଖିଥିଲେ । ଆଉ ଏହାକୁ ନେଇ ସେ ଆଉ ଏକ ରିଭୁ୍ୟ ପିଟିସନ୍ ଦାୟର କରିଥିଲେ । ପରବର୍ତ୍ତୀ ସମୟରେ ପ୍ରତିପକ୍ଷ ଓକିଲ ତଥା ମହିଳାଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ମନସ୍ତତ୍ତ୍ୱବିତ୍ଙ୍କ ରିପୋର୍ଟ ଦ୍ଭ ୭ ପୃଷ୍ଠାରେ...