ମା’କାଳିତ୍ରା ଟ୍ରକ ମାଲିକ ସଂଘ ଧାରଣା ସ୍ଥଗିତ : ସୋମବାର ହେବ ସମାଧାନ ଆଲୋଚନା 

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଭାଗଡା-ନାରାୟଣପୁର ଟୋଲଗେଟ ସମ୍ମୁଖରେ ମା’କାଳିତ୍ରା ଟ୍ରକ ମାଲିକ ସଂଘ ପକ୍ଷରୁ ଧାମରା ବନ୍ଦରରୁ ମାଲ ପରିବହନ ସୁଯୋଗ ଦାବିରେ ବୁଧବାର ଠାରୁ ଅନୁଷ୍ଠିତ ୨ୟ ପର୍ଯ୍ୟାୟ ଧାରଣା ଶୁକ୍ରବାର ରାତ୍ରରେ ସ୍ଥଗିତ ହୋଇଛି । ଧାମରାରୁ ସାମଗ୍ରୀ ପରିବହନ କରି ଏହି ରାସ୍ତାରେ ଯାଉଥିବା ଟ୍ରକଗୁଡିକୁ ଧାରଣାକାରୀମାନେ ଅଟକାଇ ଦେଇବା ଫଳରେ ପ୍ରଶାସନ ତତ୍ପର ହୋଇଥିଲା । 
ଶୁକ୍ରବାର ରାତ୍ର ୧୧ଟାରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତିଳ ଅତିରିକ୍ତ ପୁଲିସ ଅଧିକ୍ଷକ ଅରୂପ ବେହେରା, ଥାନାଧିକାରୀ କମଳାକାନ୍ତ ଦାସ ଧାରଣାରତ ଟ୍ରକ ମାଲିକ ସଂଘ ନିକଟରେ ପହଞ୍ଚô ଆଲୋଚନା କରିଥିଲେ । ଆଗାମୀ ୧୫ ତାରିଖ ଭଦ୍ରକରେ ମା’କାଳିତ୍ରା ଟ୍ରକ ମାଲିକ ସଂଘ ଓ କଇତଗୋଲା ଧାମରା ଟ୍ରକ ଓ ଟିପର ସଂଘ ମଧ୍ୟରେ ଆଲୋଚନା ପ୍ରଶାସନ ମଧ୍ୟସ୍ଥତାରେ ହେବା ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାକୁ ଗ୍ରହଣ କରି ସଂଘ ପକ୍ଷରୁ ଧାରଣାକୁ ସାମୟିକ ଭାବେ ସ୍ଥଗିତ କରାଯାଇଥିଲା । ଏଠାରେ ପ୍ରକାଶ ଯୋଗ୍ୟଯେ ଭଣ୍ଡାରିପୋଖରୀ, ବନ୍ତ ଓ ଧାମନଗର ଟ୍ରକ ମାଲିକମାନଙ୍କ ଦ୍ୱାରା ଗଠିତ ଏହି ସଂଘରେ ଅନୁବନ୍ଧିତ ଟ୍ରକଗୁଡିକୁ ଧାମରା ବନ୍ଦରରୁ ପରିବହନ ସୁଯୋଗକୁ ଉଦେ୍ଦଶ୍ୟମୂଳକ ଭାବେ ବାଧା ଦିଆଯାଉଛି । ଜିଲ୍ଲା ଓ ଜିଲ୍ଲା ବାହାରର ଟ୍ରକ ମାଲିକ ସଂଘଗୁଡିକୁ ପରିବହନ ସୁଯୋଗ ମିଳୁଥିବା ବେଳେ ମା’କାଳିତ୍ରା ସଂଘକୁ ବୈମାତୃକ ମନୋଭାବ ଯୋଗୁଁ ଏଥିରୁ ବଞ୍ଚôତ କରାଯାଉଥିବା ଅଭିଯୋଗ କରି ମା’କାଳିତ୍ରା ଟ୍ରକ ମାଲିକ ସଂଘ ପକ୍ଷରୁ ୨ ପର୍ଯ୍ୟାୟ ଧାରଣା ଦିଆଯାଇଥିଲା ।