ଦିଗପହଣ୍ଡିରେ କିନ୍ନରଙ୍କ ଆତ୍ମହତ୍ୟା
କାହିଁକି କିନ୍ନର କଲେ ଆତ୍ମହତ୍ୟା। ଗଞ୍ଜାମ ଦିଗପହଣ୍ଡି ଥାନା ଫାଶୀଗୁଡ଼ା ଗାଁରେ କିନ୍ନରଙ୍କ ଆତ୍ମହତ୍ୟାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି କିନ୍ନର ଅର୍ଚ୍ଚିତା ବିଷୋୟୀ । ଗତକାଲି ଫାଶୀଗୁଡା ଗାଁରେ ଚାଲିଥିବା ଦଣ୍ଡନାଚରେ ସେ ଅଭିନୟ କରିଥିଲେ । ରାତିରେ ଫାଶୀଗୁଡା ଗାଁରେ ଏକ ଘରେ ବିଶ୍ରାମ ନେଇଥିଲେ । ସକାଳୁ କବାଟ ନଖୋଲିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଦଣ୍ଡନାଚ କମିଟି ଓ ଗ୍ରାମବାସୀ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।