ରାସ୍ତା ନିର୍ମାଣ ପାଇଁ ପ୍ରତିବାଦ ସଭା : ୧୫ ଦିନରେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଲେ ତହସିଲଦାର
ରାଜକନିକା : ରାଜକନିକା ବ୍ଲକ ଅନ୍ତର୍ଗତ ଅଚିନ୍ତା ମୌଜା ରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ପୂର୍ବ ସରକାର ଅଭାସି ମାଧ୍ୟମରେ ଉଦଘାଟନ କରାଯାଇଥିଲା । ସରକାର ବଦଳିଲା କିନ୍ତୁ ଆଦର୍ଶ ବିଦ୍ୟାଳୟର ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଗରୁ ନିଜସ୍ୱ ଗୃହ ଯିବାପାଇଁ ଅଭିଯୋଗ ହେଉଥିଲା ଏବେ ସଂଯୋଗୀ ରାସ୍ତା ପାଇଁ, ବହୁ ଅଭିଯୋଗ ତଥା ପଲ୍ଲୀରୁ ଦିଲ୍ଲୀ ହେଉ ବା ରାଜକନିକାରୁ ରାଜଧାନୀ ଯାଏଁ ରକ୍ତାକ୍ତ ସଙ୍ଘର୍ଷ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଦେ୍ର୍ଧଶରେ ନିଜସ୍ୱ ଗୃହ ପ୍ରବେଶ ଜାନୁୟାରୀ ୧୫ ରୁ ପାଠ ପଢା ଚାଲିଥିଲା । କିନ୍ତୁ ଏହି ବର୍ଷା ଦିନରେ ପିଲାମାନେ ପାଣି କାଦୁଅ ରାସ୍ତାରେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ସଂକ୍ରାନ୍ତରେ ଅଧ୍ୟକ୍ଷ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଅଭିଯୋଗ କରି ନିରାଶ ହେଲା ପରେ ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଙ୍ଘ ନିଷ୍ପତି ଅନୁସାରେ ଆଜି ତହସିଲ କାର୍ଯ୍ୟଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ସୁନୀଲ ନାୟକ, ସଂଯୋଜକ ପଙ୍କଜ ଦାସ, ସମ୍ପାଦକ ଦିଲ୍ଲୀପ କୁମାର ରାଉତ, ଉପସଭାପତି ବିଦୁ୍ୟଲତା ବିଶ୍ୱାଳ, ସତ୍ୟ ରଞ୍ଜନ ନାୟକ, ସହ ସମ୍ପାଦକ ରୀନା ପରିଡା, କୋଷାଧକ୍ଷ ବଟକୃଷ୍ଣ ବଳ ଆଦି ଶତାଧିକ ଛାତ୍ର ଛାତ୍ରୀ ଅଭିଭାବକ ସ୍ୱର୍ତପୃତଃ ଭାବେ ପ୍ରତିବାଦ ସଭାରେରେ ଯୋଗ ଦେଇ,ଓ ନିଜର ମତବ୍ୟକ୍ତ ରଖିଥିଲେ ।ଏହାକୁ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ସାଧାରଣ ଲୋକ ସମର୍ଥନ ଦେଇଥିଲେ ଶେଷରେ ତହସିଲଦାର ମହାଶୟା ୧୫ ଦିନରେ ରାସ୍ତା ନିର୍ମାଣ ପାଇଁ ଲିଖିତ ପ୍ରତିଶୃତି ଦେଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।