ଦନ୍ତ ଚିକିତ୍ସା ଶିବିର
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ସହଯୋଗୀତାରେ ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କ ଥେରାପି ସେବା ଓ ପ୍ରଶିକ୍ଷଣ ପ୍ରଦାନ କରି ଆସୁଥିବା ପ୍ରତିବଦ୍ଧ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ବର୍ଗଙ୍କ ନିମନ୍ତେ ଏକ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ କରାଯାଇଛି । ଦନ୍ତ ଚିକିତ୍ସକ ଡ. ମିଲନ କୁମାର ଏବଂ ତାଙ୍କ ଟିମ୍ ଏହି ଶିବିରରେ ଯୋଗଦେଇ ମୋଟ କୋଡିଏ ଜଣ ମସ୍ତିଷ୍କ ପକ୍ଷାଘାତ, ଅଟିଜିମ୍ ଓ ବୌଦ୍ଧିକ ଅନଗ୍ରସର ଶିଶୁଙ୍କ ଦନ୍ତ ପରୀକ୍ଷା କରିବା ସହ ଆବଶ୍ୟକ ଉପକରଣ ଓ ଔଷଧ ପ୍ରଦାନ କରିଥିଲେ । ଏହା ବ୍ୟତୀତ ଏହି ଶିବିରରେ ପକ୍ଷାଘାତଗ୍ରସ୍ତ ବରିଷ୍ଠ ନାଗରିକଙ୍କୁ ମଧ୍ୟ ନିଶୁକ୍ଳ ଦନ୍ତ ପରୀକ୍ଷା ଓ ପରାମର୍ଶ ସେବା ପ୍ରଦାନ କରାଯାଇଥିଲା । ସାଧାରଣତଃ ଏହି ସ୍ୱତନ୍ତ୍ର ଭିନ୍ନକ୍ଷମ ଶିଶୁମାନେ ସେମାନଙ୍କର ମୁଖଜନିତ ଅସୁବିଧା ଓ ଯନ୍ତ୍ରଣା ପ୍ରକାଶ କରିବାରେ ଅସମର୍ଥ ହେତୁ ଗୋଟିଏ ସ୍ଥାନରେ ସେମାନଙ୍କୁ ଏକତ୍ର କରି ସମ୍ପୃକ୍ତ ଶିଶୁଙ୍କ ପିତାମାତାଙ୍କୁ ମୁଖ ଓ ଦନ୍ତର ପ୍ରଯତ୍ନ ବିଷୟରେ ଅବଗତ କରାଇଥିବାରୁ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ଡ. ମିଲନ୍ କୁମାରଙ୍କୁ ଏହି ଅବସରରେ କୃତଜ୍ଞତା ପ୍ରଦାନ କରିଥିଲେ । ପୁନର୍ବାସ ପକ୍ଷରୁ ସଂଜୀବ ଜେନା, ମନୋଜ ବିଶ୍ୱାଳ,ଗାୟତ୍ରୀ ପୃଷ୍ଟି, ରଞ୍ଜନ ବିଶ୍ୱାଳ, ଥେରାପିଷ୍ଟ ରଚିତା ଜେନା ଓ ଗୁଞ୍ଜନସ୍ମିତା ବେହେରା ଏହି ଶିବିର ପରିଚାଳନା କରିଥିବା ବେଳେ, ସହ ସମ୍ପାଦକ ବଂଶୀଧର ମହାନ୍ତି ଓ ସଭ୍ୟ ମହମ୍ମଦ ଜାହିଦ୍ ଖାନ୍ ସହଯୋଗ କରିଥିଲେ ।