ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର 

 ଖଇରା: ବାଲେଶ୍ୱର ଜିଲ୍ଲା ଅଧୀନ ଖଇରା କଲେଜ +୩ ପ୍ରଥମ ବର୍ଷରେ ଅଧ୍ୟୟନରତ ଛାତ୍ରୀମାନଙ୍କର ୧୬ଦିନିଆ ଆତ୍ମସୁରକ୍ଷା ତାଲିମ ଶିବିର  ଉଦ୍ୟାପିତ ହୋଇଯାଇଛି । ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ୟାପନୀ ସଭାରେ ଶିବିରର ସଂଯୋଜିକା ଭାବେ ଅଧ୍ୟାପିକା ଏଲିସା ସେଠୀ, ପ୍ରାକ୍ତନ କାର୍ଯ୍ୟକ୍ରମ ସଂଯୋଜକ ଲେଫ୍ଟନାଣ୍ଟ ଡଃ ଉଦୟରଞ୍ଜନ ଦାସ, ମୁଖ୍ୟ ପ୍ରଶିକ୍ଷିକା ସସ୍ମିତା ଖଟୁଆ, ମୁଖ୍ୟକିରାଣୀ ଅକ୍ଷାଂଶୁ ଦଳେଇ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ଉପରେ ସଚେତନ କରାଇଥିଲେ । ଶେଷରେ ଶିବିରରେ ଅଂଶ ଗ୍ରହଣ କରିଥିବା ବାଣିଜ୍ୟ, କଳା ଓ ବିଜ୍ଞାନ ବିଭାଗର ୨୮୩ଜଣ ଛାତ୍ରୀଙ୍କୁ ଅଧ୍ୟକ୍ଷ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଶେଷରେ ଛାତ୍ରୀ ତପସ୍ୱିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।