ମା’ଚର୍ଚ୍ଚିକା ଇଲେକ୍ଟ୍ରିକାଲ୍ ଓ ପ୍ଲମ୍ବର ସଂଘର ବୈଠକ
ବାଙ୍କୀ: ବାଙ୍କୀ ମା’ଚର୍ଚ୍ଚିକା ଇଲେକ୍ଟି୍ରକାଲ୍ ଏବଂ ପ୍ଲମ୍ବର ସଂଘର ଏକ ବୈଠକ ଦୁର୍ଗାପୁର ପଞ୍ଚାୟତସ୍ଥ ଭେଡାରାମଚନ୍ଦ୍ରପୁର ଗ୍ରାମ ମା’ଠାକୁରାଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ସଂଘର ସଭାପତି ସୁବ୍ରତ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସଂପାଦକ ସନ୍ତୋଷ କୁମାର ରାଉତ ବିବରଣୀ ପଠନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଦୁର୍ଗାପୁର ସରପଞ୍ଚ ପ୍ରତିନିଧି ଲଳିତମୋହନ ମହାପାତ୍ର, ମୁଖ୍ୟବକ୍ତା ଭାବେ ରାମଚନ୍ଦ୍ରପୁର କୃଷି ସେବାସମବାୟ ସମିତିି ସଭାପତି ସମରେନ୍ଦ୍ର ମହାପାତ୍ର, ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ ଶ୍ରୀକାନ୍ତ ଦାସ, ସମାଜସେବୀ ନାରାୟଣ ଦାସ, ରମେଶ ସ୍ୱାଇଁ, ରୋହିତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସଂଘର ସଦସ୍ୟମାନଙ୍କୁ ଭଲ କାମ କରିବା ସହିତ ଆଗାମୀ ଦିନରେ ସେମାନଙ୍କର ବିଭିନ୍ନ ଦାବି ଉପରେ ବକ୍ତବ୍ୟ ରଖିଥିଲେ । ଉପସଭାପତି ପ୍ରଦୀପ କୁମାର ମହାନ୍ତି ସଂଘର ବିଭିନ୍ନ ସୁବିଧା ଅସୁବିଧା ଭିତରେ ଆଲୋଚନା କରିଥିବାବେଳେ କୋଷାଧ୍ୟକ୍ଷ ଦାସରଥି ପାତ୍ର ଆୟବ୍ୟୟ ଉପରେ ଆଲୋଚନା କରିଥିଲେ । ଶେଷରେ ସହସଂପାଦକ ଆଲୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।