କବି ଗୌରାଙ୍ଗ ମହାନ୍ତି ପ୍ରତିଭା ପୁରସ୍କାର
ପଟ୍ଟାମୁଣ୍ଡାଇ : ପାଟ୍ଟାମୁଣ୍ଡାଇ ପୈାରପରିଷଦ ଅନ୍ତର୍ଗତ ବେଲତଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାଶ୍ରମ ପରିସରରେ ସମ୍ପାଦକ ଶ୍ରୀବାବାଜି ଚରଣ ସାହୁଙ୍କ ସଭାପତିତ୍ୱରେ କବି ଗୌରାଙ୍ଗ ମହାନ୍ତି ପ୍ରତିଭା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ପାତ୍ର, ଶିକ୍ଷୟିତ୍ରୀ ଶୈାଳବାଳା ନନ୍ଦ, ତ୍ରିଲୋଚନ ପଣ୍ଡା, ଶିକ୍ଷୟିତ୍ରୀ ନିର୍ମଳା ଦାଶ, ରଞ୍ଜୁଲତା ବାରିକ, ସ୍ମୃତିଜିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ଜଣାଅଜଣା କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତିଛାତ୍ର ସ୍ମୃତିରଞ୍ଜନ କର ଓ ଛାତ୍ରୀ ଶୁଭସ୍ମିତା ଦାଶଙ୍କୁ ପୁରସ୍କୃତ କରାଯାଇଥିଲା । ମାୟାତିତ୍ ନାୟକଙ୍କୁ କବି ଗୌରାଙ୍ଗ ମହାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗକରିଥିଲେ । ଶେଷରେ ପ୍ରୀତମ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।