ମାତୃଭୂମି ପାଇଁ ଗଣଦୌଡ
ଭଦ୍ରକ : ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ଆନୁକୂଲ୍ୟରେ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ମା’ତାରିଣୀଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶ୍ରୀରାମ ମହାଯଜ୍ଞ ସମିତିର ଉପଦେଷ୍ଟା ମନମୋହନ ସାମଲ, ଯୁବ ଓ କ୍ରୀଡ଼ା ଏବଂ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶ୍ରୀରାମ ମହାଯଜ୍ଞ ସମିତି ସଭାପତି ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ଭଦ୍ରକ ସାଂସଦ ଅଭିମନୁ୍ୟ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ପଣ୍ଡିତ ବିରେନ୍ଦ୍ର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମିତିର ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ରାଉତ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ବାଡେଇ ଗୈରିକ ପତାକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ । ଦଳମତ ନିର୍ବିଶେଷରେ ହଜାର ହଜାର ଯୁବକ, ଛାତ୍ର, ସାଧାରଣ ଜନତା ସାମୂହିକ ଭାବେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ଏହି ଗଣଦୌଡ଼ରେ ଶ୍ରୀରାମ ମହାଯଜ୍ଞ ସମିତି ଉପସଭାପତି ଜଗନ୍ନାଥ ଦାଶ, ତ୍ରିଲୋଚନ ନାୟକ, କହ୍ନେଇ ଦାସ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ସ୍ୱରୁପାନନ୍ଦ ମହାପାତ୍ର ଏବଂ ଆଇନଜୀବୀ ତୁଷାରକାନ୍ତ ଦାସ, ସହ କୋଷାଧ୍ୟକ୍ଷ ଶିବଶଙ୍କର ଦାସ, ଉପଦେଷ୍ଟା ପ୍ରତିପ୍ତ ବିଶ୍ୱାଳ, ଭଗବାନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାଣୀ, ଦୀନବନ୍ଧୁ ପତି, ସୁବ୍ରତ ନାୟକ, ରଶ୍ମୀ ରଞ୍ଜନ ରାଉତ, ବଦ୍ରି ନାରାୟଣ ଧଳ, ସୁଧାଂଶୁ ନାୟକ, ବାଣୀ କଲ୍ୟାଣ ମହାନ୍ତି, ଉଦୟ ନାରାୟଣ ମଲ୍ଲିକ, ବିଭୁ ଚନ୍ଦନ ଜେନା, ମନୋଜ ବସନ୍ତ ରାୟ, ବସନ୍ତ ରାଉତ, ଅସିତ ପଟ୍ଟନାୟକ, ରଞ୍ଜିତା ସ୍ୱାଇଁ, ମାଳତୀ ସାହୁ, ମମତା ବେହେରା, କଳ୍ପନା ଜେନା, ପ୍ରଦୀପ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତାପ ଦାସ, ସୁରେଶ ସାମଲ, ସରୋଜ ରାଉତ, ସନ୍ତୋଷ ଲେଙ୍କା, ମାନସ ବାରିକ, ଜ୍ଞାନ ପାଣି, ବିଜୟ ଦାଶ, ଦେବାପ୍ସଶୁ ରାଉତ, ସଞ୍ଜୀତ ନାୟକ, ମିଳନ ବଳ, ଟୁକୁନା ସ୍ୱାଇଁ, ସୁଧିର ଦ୍ୱିବେଦୀ, ରଶ୍ମି ରାଞ୍ଜନ ସାହୁ, ଶ୍ରାବଣୀ କିନ୍ନର, ହେମନ୍ତ ମହାପାତ୍ର, ଜ୍ୟୋତି ପ୍ରକାଶ ସାହୁ, ତଥାଗତ ସାମଲ, ଅପୂର୍ବ ବେହେରା ପରମୁଖ ଉପସ୍ଥିତ ଥିଲେ ।