ଜଗନ୍ନାଥ ବଜାର ଠାରେ ପଣା ବିତରଣ
ଭଣ୍ଡାରିପୋଖରୀ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ତାତିକୁ ଆଖି ଆଗରେ ରଖି ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ଠାରେ ପଥଚାରୀ ମାନଙ୍କୁ ପଣା ବିତରଣ କରାଯାଇଛି । ବଜାର କମିଟି ସମ୍ପାଦକ ତଥା ଖବର ଦାତା ରାଜେନ୍ଦ୍ର କୁମାର ଶତପଥିଙ୍କ ତତ୍ତ୍ୱାବଧାନରେ ଆଜି ସୁମଧୁର ପଣା ବଣ୍ଟନ ହୋଇଛି । ବ୍ୟବସାୟୀ ନିଶିକାନ୍ତ ସୂତାର, ପ୍ରକାଶ ସାମଲ, ପବିତ୍ର ପାଣିଗ୍ରାହୀ, ପ୍ରଭାତ ସାମଲ, ଶିଶିର ପରିଡା, ସୁଦାମ ବେହେରା ପ୍ରମୁଖ ବଜାରର ସମସ୍ତ ଦୋକାନୀ ବନ୍ଧୁ ଓ ପଥଚାରୀମାନଙ୍କୁ ପଣା ବିତରଣ କରିଥିଲେ । ଏଥିରେ ବରିଷ୍ଠ ଶିକ୍ଷାବିତ ପ୍ରତିକାନ୍ତ ରାଉତ, ନୃସିଂହ ଚରଣ ସାମଲ, ରାମଚନ୍ଦ୍ର ମହାନ୍ତି, ନବକିଶୋର ପରିଡା ସଞ୍ଜତ ସାମଲ ସାମ୍ବାଦିକ ଦୁର୍ଯୋଧନ ଲେଙ୍କା, ମୃତୁ୍ୟଞ୍ଜୟ ରାଉତ ପ୍ରମୁଖ ଯୋଗଦେଇ ବ୍ୟବସାୟୀ ମାନଙ୍କ ଏତାଦୃଶ କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ ।