ଶ୍ରୀମଦ୍ ଭଗବତ ଗୀତାଯଜ୍ଞ

ଶ୍ରୀମଦ୍ ଭଗବତ ଗୀତାଯଜ୍ଞ

ଭଣ୍ଡାରିପୋଖରୀ : ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମପଞ୍ଚାୟତ ରାଢୋ ଠାରେ ବାର୍ଷିକ ଶ୍ରୀମଦ୍ ଭଗବତ ଗୀତା ଯଜ୍ଞ ଉସôବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ ବିଜୟ ତ୍ରିପାଠୀ  ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ଭଗବାନ ନାରାୟଣଙ୍କୁ ଆବାହନ କରିଥିଲେ । ପ୍ରଥମେ ସୂର୍ଯ୍ୟ ପୂଜା ସହିତ ମାତୃପିତୃ ପୂଜା, ଗୋପୂଜା, ଗୁରୁ ପୂଜା ସହିତ ନାରାୟଣଙ୍କ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ପରେ ଅଷ୍ଟାଦଶ ଅଧ୍ୟାୟ ଗୀତା ପାଠ ସହିତ ହୋମଯଜ୍ଞ ଆୟୋଜନ ହୋଇଥିଲା । ଅନ୍ୟତମ ପୂଜକ ଶଙ୍କର୍ଷଣ ତ୍ରିପାଠୀ ଓ ମହେନ୍ଦ୍ର ଦାସ ହୋମଯଜ୍ଞରେ ଉପସ୍ଥିତ ରହି ଆହୁତି ସମ୍ପର୍ଣ୍ଣ କରିଥିଲେ । ଏଥିରେ ସଙ୍କଳ୍ପ କର୍ତ୍ତା ଭାବେ ଜୟରାମ ଲେଙ୍କା, ବୋଉଳ ଲେଙ୍କା, ମାୟାଧର ଲେଙ୍କା ଓ ତିଳୋତ୍ତମା ଲେଙ୍କା ଦାୟିତ୍ୱ ନିର୍ବାହ କରିଥିଲେ ।  ଆୟୋଜିତ ବାର୍ଷିକ ଗୀତା ଯଜ୍ଞ ଉସôବକୁ ଦୁର୍ଯେ୍ୟଧନ ଲେଙ୍କା, ମାନସ କୁମାର ଲେଙ୍କା, ଜଗନ୍ନାଥ ଲେଙ୍କା, ଅରୁଣ କୁମାର ଲେଙ୍କା, ଅସିତ୍ କୁମାର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।