ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ କିରାଣୀ ଅଟକ

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ କିରାଣୀ ଅଟକ


 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଦୁହୁରିଆ ସ୍ଥିତ ରନôାକର ହାଇସ୍କୁଲର କିରାଣୀଙ୍କ ବିରୋଧରେ ଯୈ÷ାନ ନିର୍ଯ୍ୟାତନା ଅଭିଯୋଗ ସଦର ଥାନାରେ କରାଯାଇଛି । ସେହି ସ୍କୁଲର ଜନୈକ ଶିକ୍ଷୟିତ୍ରୀଙ୍କୁ ସଂପୃକ୍ତ କିରାଣୀ ରମେଶ ଚନ୍ଦ୍ର ରାଉତ ବିଭିନ୍ନ ସମୟରେ ନାନା ପ୍ରକାର ଆଳ ଦେଖାଇ ଦୀର୍ଘଦିନ ହେଲା ଅଶ୍ଳୀଳ ବ୍ୟବହାର, ଅସ୍ରାବ୍ୟ ଭାଷା ପ୍ରୟୋଗ, ବିନା କାରଣରେ ଶରୀରକୁ ସ୍ପର୍ଶ କରିବା, ଶରୀରର ଗଠନକୁ ନେଇ କୁସôିତ ମନ୍ତବ୍ୟ ଦେବା ଆଦି ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଶିକ୍ଷୟିତ୍ରୀ ଜଣକ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଘଟଣା ବାହାରେ ପ୍ରକାଶ କଲେ ଚାକିରୀରୁ ନିଲମ୍ବନ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ପତ୍ରରେ ଲେଖା ଯାଇଛି । ଏହା ସହ ବହୁ ଗୁରୁତର ଅଭିଯୋଗ (ପ୍ରକାଶ ଯୋଗ୍ୟ ନୁହେଁ) ଶିକ୍ଷୟିତ୍ରୀ ଜଣକ ଥାନାରେ କାନ୍ଦି କାନ୍ଦି ପ୍ରକାଶ କରିଥିଲେ । ବୁଧବାର ପୂର୍ବାହ୍ନରେ ଏହି ଶିକ୍ଷୟିତ୍ରୀ ଜଣକ ସଦର ଥାନାରେ ପହଞ୍ଚି ଅଭିଯୋଗ କରିବା ସହ ସମସ୍ତ ଘଟଣା ବୟାନ କରିଥିଲେ । ଅଭିଯୋଗ ପାଇବା ପରେ ସଦର ଥାନା ପକ୍ଷରୁ କେଶ ନଂ-୨୨୪/୨୪ ରେ ଏକ ମାମଲା ରୁଜୁ କରାଯାଇ କିରାଣୀକୁ ଥାନାକୁ ଡାକି ଅଟକ ରଖି ତଦନ୍ତ କରାଯାଉ ଥିବା ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି ।