କ୍ରାନ୍ତିଦିବସ ନେଇ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା : ସ୍ୱାଧୀନତାର ମାଇଲ୍ଖୁଣ୍ଟ ଭାବେ ଅଗଷ୍ଟ ୯ କ୍ରାନ୍ତିଦିବସ ସମଗ୍ର ଦେଶରେ ପାଳିତ ହୋଇଆସୁଅଛି । କେନ୍ଦ୍ରାପଡା ଜିଲ୍ଲା ଗାନ୍ଧି ସ୍ମୃତି ପଦଯାତ୍ରା ପରିଷଦ ତରଫରୁ ଏହି ଦିବସକୁ ମଧ୍ୟ ସ୍ମରଣ କରିବା ପାଇଁ ପାଳିତ ହେଉଅଛି । ଏହି ପରିପେକ୍ଷୀରେ ପ୍ରସ୍ତାବିତ ଗାନ୍ଧି ସ୍ମୃତିପୀଠ ଗରାପୁର ଡାକବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ଅଧ୍ୟାପକ ନନ୍ଦକିଶୋର ପରିଡା, ଗୟାଧର ଧଳ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ଧିରେନ୍ କୁମାର ସାହୁ, ଭାଗିରଥି ଜେନା, ଧୀରେନ୍ କୁମାର ବେହେରା, ଦେବେନ୍ଦ୍ର କୁମାର ଦାସ ଉପସ୍ଥିତ ରହିଥିଲେ । ଆସନ୍ତା ଅଗଷ୍ଟ ୯ କ୍ରାନ୍ତିଦିବସ ଗରାପୁର ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତୀଠାରୁ ବାହାରି ତିନିମୁହାଣୀ ଗାନ୍ଧି ସ୍ମାରକୀପୀଠ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ସେଠାରେ ଗାନ୍ଧିଙ୍କ ଉଦେ୍ଦଶ୍ୟରେ ଅଗଷ୍ଟ ୯ କ୍ରାନ୍ତିଦିବସ ସଂପର୍କରେ ଆଲୋଚନା କରାଯିବ । ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ଅବସରପ୍ରାପ୍ତ ଶ୍ରମିକ ଏବଂ କର୍ମଚାରୀ ସଂଗଠନ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ସଂଗଠନ ତରଫରୁ ସଂପାଦକ ରାଜେଶ ପଣ୍ଡା ଅନୁରୋଧ ଜଣାଇଛନ୍ତି ।